Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କରୋନା ସମୟରେ ଜୀବିକା ଯୋଗାଉଛି ଛତୁ ଚାଷ…

ଆତ୍ମନିର୍ଭରଶୀଳ ଦିଗରେ ଗୋଷ୍ଠୀ ମହିଳା

0

ସମ୍ବଲପୁର,ନିରପେକ୍ଷ ଖବର : ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ସବୁଆଡେ ବ୍ୟାପୀବାରେ ଲାଗିଛି । ଏହାର କରାଳ ରୂପରେ ରାଜ୍ୟର ଅନେକ ଗରିବ, ମଧ୍ୟବିତ୍ତ ଜୀବିକା ହରାଇବାରେ ଲାଗିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଛତୁ ଚାଷ ଯୋଗାଇଛି ଜୀବିକା ନିର୍ବାହର ନୂଆ ରାହା । ଏଥିରୁ ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ । ନିଜ ଘରେ ଥିବା ସାମଗ୍ରୀକୁ ବ୍ୟବହାର କରି ସ୍ୱଳ୍ପ ଖର୍ଚ୍ଚରେ ଆରମ୍ଭ କରିଛନ୍ତି ଛତୁ ଚାଷ । ଯାହାକି ଏଭଳି କରୋନାକାଳରେ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବିକା ନିର୍ବାହରେ ବି ବେଶ୍‍ ସହାୟକ ହେଉଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ, ପଦ୍ମାଳୟା ଗ୍ରାମ ପଂଚାୟତସ୍ତରୀୟ ମହାସଂଘ ଅନ୍ତର୍ଗତ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ନିଜ ଘରେ ଛତୁ ଚାଷ ଆରମ୍ଭ କରିଛନ୍ତି । ପ୍ରାଥମିକସ୍ତରରେ ପାଖାପାଖି ୪୦ ଟି ବେଡ୍‌ରେ ଏମାନେ ଛତୁ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ସଂଘର ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ଟ. ୫୦,୦୦୦/- ର ଋଣ ମିଳିଛି । ତେବେ ଛତୁ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଛତୁ ଚାଷ ଏକ ଋତୁକାଳୀନ ଚାଷ ଓ ଏହା ଅତ୍ୟନ୍ତ ସହଜ ଓ ସୁବିଧାରେ ହୋଇପାରିଥାଏ । ଏଣୁ ନିଜ ଘରେ ଥିବା ପାଳ, ପଲିଥିନ୍‌, ଚୂନ ଓ ମିଶନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଛତୁ ମଞ୍ଜିକୁ ବ୍ୟବହାର କରି ଦୁଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଏହି ଚାଷ ଆରମ୍ଭ କରିଛନ୍ତି । ଏହାବ୍ୟତୀତ ସେମାନଙ୍କର ଖର୍ଚ୍ଚ ଟ. ୪୦-୪୫/- ମଧ୍ୟରେ ରହୁଛି । ତେବେ ଗୋଟିଏ ବେଡ୍‌ରୁ ପାଖାପାଖି ୧ କେଜିରୁ ଅଧିକ ଛତୁ ମିଳୁଛି । ଅନ୍ୟପଟେ ୧ କେଜି ଛତୁର ଦର ରହିଛି ଟ. ୨୦୦/- ଏବଂ ଗୋଟିଏ ବେଡ୍‌ରୁ ପାଖାପାଖି ଟ. ୨୦୦/- ଲାଭ ମିଳିପାରୁଛି । କୋଭିଡ୍‌କୁ ନଜରରେ ରଖି ବଜାରକୁ ଯାଇ ବେପାର କରିବା ସମ୍ଭବ ହୋଇପାରୁନାହିଁ । ଏଣୁ ଯୁଯୁମୁରା ବ୍ଲକ ତଥା ପାଖ ଗ୍ରାମର ବେପାରୀ ଆସି ତାଙ୍କଠୁଁ ଛତୁ କିଣି ନେଇଯାଉଛନ୍ତି । ତେବେ କୋଭିଡ୍ ସମୟରେ ବି ଦୁଇ ସଦସ୍ୟା ନିଜ କଠିନ ପରିଶ୍ରମ ଓ ଚାଷ କାର୍ଯ୍ୟ ଜାରି ରଖିଛନ୍ତି । କାରଣ ଏଭଳି ସମୟରେ ଜୀବନଜୀବିକାକୁ ବଞ୍ଚାଇବା ପାଇଁ ଏହା ଏକ ସଫଳ ମାଧ୍ୟମ ଭାବେ ସହାୟକ ହେଉଅଛି । ଆଗାମୀ ଦିନରେ ଛତୁ ଚାଷକୁ ଆହୁରି ବୃହତ୍ ଆକାରରେ କରିବାର ଯୋଜନା ରଖିଛନ୍ତି ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ । ଏହାସହ ଛତୁ ଚାଷକୁ ବଜାର ସହ ସଂଯୋଗୀକରଣ କରିବାର ମଧ୍ୟ ଯୋଜନା ରହିଛି । କାରଣ ପ୍ରାଥମିକ ଭାବରେ ଗୋଷ୍ଠୀର ଦୂଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଆରସେଟିଆ ଯୋଗେ ପ୍ରଶିକ୍ଷଣ ପାଇଥିବାରୁ ସେମାନେ ବର୍ତ୍ତମାନ ଚାଷ ଆରମ୍ଭ କରିଛନ୍ତି । ମାତ୍ର ଦୁଇ ସଦସ୍ୟାଙ୍କ ସଫଳତା ଦେଖି କୋଭିଡ୍ ପରେ ପରେ ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ମଧ୍ୟ ପ୍ରଶିକ୍ଷଣ ନେବାକୁ ମନ ବଳାଇଛନ୍ତି । ଏହାବ୍ୟତୀତ ବିଭିନ୍ନ ଉତ୍ସରୁ ଛତୁ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦିଆଯାଉଥିବାରୁ ସମସ୍ତ ସଦସ୍ୟା ଏହି ଦିଗରେ ପ୍ରଶିକ୍ଷଣ ନେବା ପାଇଁ ଆଗଭର ହୋଇଛନ୍ତି ।

Mo sapath

Leave A Reply

Your email address will not be published.