Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ସହ ସହ ଏକର ଚାଷ ଜମି ଜଳମଗ୍ନ

ଚିନ୍ତା ରେ ଚାଷୀ

0

କଟକ, ନିରପେକ୍ଷ ଖବର:ଲଘୁଚାପ ବର୍ଷା ଥମିବା ପରେ ସବୁ ନଦୀରେ ବନ୍ୟା ଆସିଛି।ଦେବି ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।ଏହି ପାଣି ଏବେ ଗାଁ ମୁହାଁ ହୋଇ ଚାଷ ଜମିରେ ଏବଂ ଘରେ ପଶିବା ଆରମ୍ଭ କରିଛି।ନିଆଳି ବ୍ଳକର ସଡାସଂ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡର,ସାତ କାଳିଆ, କରାଙ୍ଗ, କଣ୍ଟି ସାଳ, ସଡାଂଶ,ତାମ୍ପଡା ଆଦି ଗ୍ରାମ ରେ ସହ ସହ ଏକର ଧାନ ଜମି ଜଳ ମଗ୍ନ ହୋଇ ରହିଛି ଓ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି।ବିଶେଷ କରି ଦେବି ନଦୀରୁ ପଛୁଆ ପାଣି ଆସିବା ପରେ ଧାନ ଜମି ଏବେ ପାଣି ରେ ବୁଡ଼ି ରହିଛି ଏବଂ ଅନେକ ଚାଷ ଜମି ନଷ୍ଟ ହୋଇଥିବା ଗ୍ରାମ ବାସୀ କହିଛନ୍ତି। ତଅଁଳା ନଦୀର ବର୍ଷା ଜଳ ଦେବି ନଦୀରେ ସାତକାଳିଆ ଏବଂ ବେତେଣ୍ଡା ଗ୍ରାମ ର ନିକଟସ୍ଥ ତିନି ମୁହାଣୀ ଠାରେ ସୁଦାମ ପୋଲ ଦେଇ ଦେବି ନଦୀ କୁ ନିଷ୍କାସିତ ହୋଇ ଥାଏ।ଏହି ସୁଦାମ ପୋଲ ରେ ୬ ଟି ଲୁହା ଫାଟକ ଲାଗିଛି।ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଏହି ଫାଟକ ୪୦ ବର୍ଷ ତଳେ ତିଆରି ହୋଇ ଥିଲା,ଏହାର ଏ ପର୍ଯ୍ୟନ୍ତ କୌଣସି ମରାମତି ହୋଇ ନଥିବାରୁ ସେଥି ମଧ୍ୟରୁ କେତେକ କବାଟ କାମ କରୁ ନଥିବାରୁ ସେମିତି ଟେକି ହୋଇକି ରହିଛି।୪ ବର୍ଷ ହେଲାଣି ଖରାପ ହୋଇକି ପଡ଼ିଛି ଏହି ଲୁହା ଫାଟକ,ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ଏ ପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ କରା ଯାଇ ନାହିଁ।ଏହି ଫାଟକ କାମ କରୁନଥିବା ଯୋଗୁଁ ଦେବି ନଦୀରେ ବନ୍ୟା ଜଳ ବଢିବା ପରେ ଏହି କବାଟ ଦେଇ ବହୁଳ ପରିମାଣରେ ବନ୍ୟାଜଳ ତଅଁଳା ନଦୀ ଭିତରକୁ ପ୍ରବେଶ କରୁଛି।ଏହି ପାଣି ବର୍ତ୍ତମାନ ସାତ କାଳିଆ, ଗୁଣ୍ଡର, ପାଟେଳି,କଣ୍ଟି ଶାଳ, କରାଙ୍ଗ, ତାମ୍ପଦା,ଗ୍ରାମ ର ସହ ସହ ଏକର ଚାଷ ଜମି କୁ ବୁଡାଇ ଦେଇଛି,ଚାଷୀର ଆଖି ଆଗରେ ସଢ଼ୁଛି ଧାନ କ୍ଷେତ ତ ଆଉ କିଆରୀ କିଆରୀ ଭେଣ୍ଡି, ଜହ୍ନି,ପୋଟଳ,କାକୁଡି,ବାଇଗଣ ଆଦି ପରିବା ଚାଷ। ସାତକାଳିଆ ନିକଟସ୍ଥ ଏହି ସୁଦାମ ପୋଲ ଥିବାରୁ ଏହି ଗ୍ରାମରେ ପଛୁଆ ପାଣି କେତେକଙ୍କ ଘର ନିକଟକୁ ଲାଗି ଆସିଥିବା ବେଳେ ସେମାନେ ଘରୁ ସମସ୍ତ ସରକାରୀ ଜିନିଷ ପତ୍ର ଦେବି ନଦୀ ବନ୍ଧ ର ରାସ୍ତା ଉପରକୁ ଆଣୁଥିବା ଦେଖିବାକୁ ମିଳିଥିଲା।ତେବେ ଲଘୁଚାପ ବର୍ଷା ଯାହା କ୍ଷତି କରିଥିଲା,ବନ୍ୟା ପାଣି ଚାଷୀଙ୍କୁ ସଂପୂର୍ଣ୍ଣ କ୍ଷତି ଗ୍ରସ୍ତ କରିବ ବୋଲି ଆଶଙ୍କା ଦେଖା ଦେଇଛି ।ବର୍ତ୍ତମାନ ପାଣି ର ସ୍ଥିତି ଯାହା ରହିଛି ଚାଷୀ ଙ୍କୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇବା ଏକ ପ୍ରକାର ନିଶ୍ଚିତ ହୋଇଛି।ଏହି ଲୁହା ଫାଟକ କୁ ତୁରନ୍ତ ମରାମତି କରିବା ସହିତ ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୃଷି ଅଧିକାରୀ କୃଷି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ କ୍ଷତି ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ କହିଛନ୍ତି ଏବଂ ବନ୍ୟା ଜଳରେ ଦୁଃଖ ସାଉଁଟୁ ଥିବା ଚାଷୀର କରଜ ଚିନ୍ତା ମୁଣ୍ଡ ଉପରେ ଥିବା ପ୍ରମୁଖ ଚାଷୀ ମାନେ କୃଷି ଋଣ ଛାଡ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

Mo sapath

Leave A Reply

Your email address will not be published.