ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଜମ୍ଭିରା ନଦୀ ବନ୍ୟା ଜଳରେ ଭାସି ଯାଇଥିବା ବୃଦ୍ଧା ଦମ୍ପତି ଉଦ୍ଧାର ହୋଇଥିବା ଜଣାପଡିଛି। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ ଗାଡ଼ିରେ ବୁଧବାର ସକାଳେ ବଡ଼ସାହି ଡ଼ାକ୍ତରଖାନାକୁ ଆରଟିପିସିଆର କୋଭିଡ଼ ପରୀକ୍ଷା ପାଇଁ ଯାଇ ଫେରୁଥିଲେ। ତେବେ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ବିତନୁ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ରାସ୍ତା ପାରି ନହୋଇ ସମସ୍ତଙ୍କୁ ଓହ୍ଲାଇ ଦେଇ ଫେରିଯାଇଥିଲା। ୪ଜଣ ଚାଲିଚାଲି ପୋଲ ପାରି ହେଉଥିବାବେଳେ ମହିଳା ଜଣଙ୍କ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ତେବେ ଖବର ପାଇଁ ସେଠାରେ ପହଞ୍ଚି ଦମକଳବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। କିନ୍ତୁ ଶେଷ ଖବର ସୁଦ୍ଧା ମହିଳା ଜଣଙ୍କ ଉଦ୍ଧାର ହୋଇଥିବାର ସୂଚନା ମିଳିନାହିଁ। ସେହିପରି ରାସଗୋବିନ୍ଦପୁର ବ୍ଲକରେ ଜମ୍ଭିରା ନଦୀ କୂଳରେ ବସବାସ କରୁଥିବା ବୃଦ୍ଧ ଦମ୍ପତି ବନ୍ୟାଜଳରେ ଭାସି ଯାଇଥିଲେ। ନଦୀରେ ବନ୍ୟାଜଳ ଆସିବାରୁ ଘର ଭାଙ୍ଗିବା ସହିତ ଘରେ ରହୁଥିବା ବୃଦ୍ଧ ଦମ୍ପତି ନଦୀ ପାଣିରେ ଭାସି ଯାଇଥିଲେ। ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କରିବାରେ କଷ୍ଟ ହେଉଥିଲା କିନ୍ତୁ ଅଗ୍ନିଶମ ବିଭାଗ ଦୁଇ ଜଣଙ୍କୁ ଉଦ୍ଧାର କରିପାରିଛନ୍ତି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post