Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସ୍ୱାସ୍ଥ୍ୟସେବାର ନଗ୍ନ ଚରିତ୍ର, ଉପହାସ ପାଲଟିଛି 5T

ରୋଗୀଙ୍କୁ ଦିଆଯାଉଛି ଏକ୍ସପାରି ସାଲାଇନ.....

0
Advertising:

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯- ପୁଣି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସରକାରଙ୍କର 5T ଯୋଜନା ଏଠି ଉପହାସ ପାଲଟିଛି। ଏକ୍ସପାରି ସାଲାଇନରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଜଣେ ରୋଗୀକୁ ଏକ୍ସପାରି ସାଲାଇନ ଦେଇ ଡାକ୍ତର ହଟହଟା ହେବା ଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ମେଡିକାଲରେ ଦେଖିବାକୁ ମିଳିଛି। କପ୍ତିପଦା ଦୁନ୍ଦରିଆ ଗାଁରେ ନରେନ୍ଦ୍ର ନାଥ ମହାନ୍ତି ଦେହ ଅସୁସ୍ଥ ହେବାରୁ କପ୍ତିପଦା ଉଦଳା ଉପଖଣ୍ଡରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କୁ ଦେଉଥିବା ସାଲାଇନଟି ଅକ୍ଟୋବର ମାସର ବୋଲି ପୁଅ ଜାଣିବା ପରେ ମେଡିକାଲରେ ଉତେଜେନା ପ୍ରକାଶ ପାଇଥିଲା । ସାଲାଇନ ଏକ୍ସପାରି ହେବାପରେ ଡାକ୍ତର କେମିତି ଜଣେ ରୋଗୀଙ୍କୁ ସେହି ସାଲାଇନ ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପ୍ରଘଟିତ ହେବାପରେ ପୋଲିସ ପହଂଚି ଡାକ୍ତର ଉମାକାନ୍ତ ବାସ୍କେକୁ ପଚାରା କରୁଥିବା ଜଣାପଡିଛି। ସେପଟେ ବାରିପଦା ବଡ଼ମେଡିକାଲରେ ଡ଼ାକ୍ତରଙ୍କ ଅବହେଳାପରେ ପୁଣି କପ୍ତିପଦା ଅଂଚଳରେ ଏହି ଘଟଣା ଦିନକୁ ଦିନ ଡାକ୍ତର ଙ୍କ ଉପରେ ରୋଗୀ ବିଶ୍ୱାସ ହରାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି ସଲାଇନ ସମ୍ପର୍କରେ ଚେକ କରାଯାଇ ନ ଥିଲା କଣ ପାଇଁ । ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Mo sapath

Leave A Reply

Your email address will not be published.