Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

୩ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଏନ.ଏଚ. ନଂ-୧୬ କୁଳିଅଣା ନିକଟରୁ ଜବତ କଲା କ୍ରାଇମବ୍ରାଂଚ ଏସ.ଟି.ଏଫ. ଟିମ

0

ବାରିପଦା (ନିରପେକ୍ଷ ଖବର)ତା-୧୯/୭- ସାରା ରାଜ୍ୟରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିସା କାରବାର ଦିନକୁ ଦିନ ବଢିଚାଲିଥିବା ବେଲେ ଏହାର କବଳରେ ଯୁବ ସମାଜ କବଳିତ ହୋଇ ନିଜ ହସିଲା ସୁଖ ଶାନ୍ତିର ପରିବାରକୁ ନଷ୍ଟ କରୁଛନ୍ତି। ଏଥି ସହିତ ଏହାର ପ୍ରଭାବରେ ମଧ୍ୟ ବହୁ ଅପରାଧିକ ମାମଲା ବଢିବାର ଲକ୍ଷ୍ୟ କରାଯାଉଛି । ତେବେ ଅବୈଧ ନିଶା କାରବାର ରୋକିବା ଅବକାରୀ ବିଭାଗର କାର୍ଯ୍ୟ ହୋଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାରେ ଅବକାରୀ ବିଭାଗ କେବଳ ଛୋଟମୋଟ ନିଶା ବେପାରିଙ୍କୁ ଛାଡିଦେଲେ ସେଭଳି ବଡ ବ୍ୟବସାୟୀଙ୍କୁ ଧରିବାର ଦେଖାଯାଉନାହିଁ । ଅନେକ ସ୍ଥଳରେ ପୋଲିସ ଚୋରାନିଶା ବେପାରୀ ମାନଙ୍କୁ ଧରି ଅବକାରୀ ବିଭାଗକୁ ହସ୍ତାନ୍ତର କରୁଥିବାର ଦେଖାଯାଉଛି । ତେବେ ଆଜି କ୍ରାଇମବ୍ରାଂଚର ଏସ.ଟି.ଏଫ. ଟିମକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଛି ଏକ ବଡ ସଫଳତା । ଆଜି ସକାଳ ପ୍ରାୟ ୫ଘଟିିକା ସମୟରେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା କିଛି ଯୁବକ ଜାତୀୟ ରାଜପଥ ୧୬ ନମ୍ବରରେ ଯାଉଥିବା ବେଳେ କୁଳିଅଣା ଛକ ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଂଚର ଏସ.ଟି.ଏଫ. ଟିମ ଚଢାଉ କରି ୩ କିଲୋ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହିତ ଜଣକୁ ଗିରଫ ମଧ୍ୟ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାରିପଦା ଚିପଟ ଅସ୍ତିଆ ଅଂଚଳର ସେକ ଆସିଫ ବୋଲି ସୂଚନା ମିଳିଛି।ସେ ବ୍ରାଉନ ସୁଗାର ଡିଲର ବୋଲି କୁହାଯାଉଛି । ତେବେ କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ମୁତାବକ ୨୦୨୦ ମସିହାରେ କେବଳ ଏସ.ଟି.ଏଫ. ୧୫ କିଲୋ ୬୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏବାବଦରେ ୨୦ ଟି ମାମଲା ରୁଜୁ ହେବା ସହିତ ୪୦ ଜଣଙ୍କୁ ଗିରଫ କରାଯାଇଛି । ୨୦୧୩ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଓଡିିଶା ପୋଲିସ ମୋଟ ୭କିଲୋ ୨୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବାର ରେକର୍ଡ ରହିଥିବା ବେଳେ ଏସ.ଟି.ଏଫ ଟିମ ୨୦୨୦ ମସିହା ମାର୍ଚ୍ଚ ୧୧ ରେ ୧କିଲୋ ୭୪୯ ଗ୍ରାମ, ମାର୍ଚ୍ଚ ୧୯ ରେ ୨କିଲୋ ୭୨୯ ଗ୍ରାମ, ଜୁନ ୨ ରେ ୧କିଲୋ ୮ଗ୍ରାମ, ଜୁନ ୧୯ ରେ ୪କିଲୋ ୪୫୮ ଗ୍ରାମ ଏବଂ ଆଜି ଜୁଲାଇ ୧୯ ରେ ୩କିଲୋ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସକ୍ଷମ ହୋଇ ପାରିଛି । ତେବେ ତଲାସି ସମୟରେ ଅନ୍ୟ ମାନେ ଖସିଯାଇଥିବା ବେଳେ ଖୁବ ଶିଘ୍ର ସେମାନଙ୍କୁ ଧରାଯିବା ସହିତ ଧଳା ଜହର ବେପାରର ରୁଟକୁ ଯାଇ ଏହି ବେପାରକୁ ଓଡିଶାରୁ ମୂଳପୋଛ କରାଯିବ, ଦରକାର ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯିବ ବୋଲି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିବା ସହିତ ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ଏବାବଦରେ ଟୁଇଟ କରି ସୂଚନା ଦେଇଛନ୍ତି ।

Advertising:
Mo sapath

Leave A Reply

Your email address will not be published.