Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଜନ୍ମ ଦିନରେ ଶହୀଦ ପରିବାରକୁ ଭେଟିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ

0

ବାରିପଦା(ନିରପେକ୍ଷ ଖବର)ତା-୨୮/୦୬-ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସଂଗଠନ ସୁଦୃଢ ପାଇଁ ରବିବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ ଦାସ। ଜନ୍ମ ଦିନ ଅବସରରେ ବହୁ ଦଳୀୟ ନେତା ଓ କର୍ମୀମାନେ ବାରିପଦା ସର୍କିଟ ହାଉସରେ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ଅନେକ ସମସ୍ୟାର ସମାଧାନ ବାବଦରେ ଆଲୋଚନା କରିଥିଲେ।ଅପରାହ୍ନରେ ରାଇରଙ୍ଗପୁର ଗସ୍ତରେ ଯାଇ ଚୀନ-ଭାରତ ସୀମା ଲଢେ଼ଇରେ ଶହୀଦ ମୟୁରଭଞ୍ଜ ମାଟିର ପୁଅ ନନ୍ଦୁରାମ ସରେନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।ଏଥି ସହିତ ଶୁଦ୍ଧକ୍ରିୟା ନିମନ୍ତେ ଶହୀଦଙ୍କ ଧର୍ମପତ୍ନୀଙ୍କୁ ଏକ ଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ।ତାଙ୍କ ତିନିଝିଅଙ୍କ ପଢ଼ାପଢ଼ି ଖର୍ଚ୍ଚ ସେ ନିଜେ ବହନ କରିବେ ବୋଲି ପ୍ରକାଶ କରିଥିଲେ।ଏହା ବ୍ୟତୀତ ରାଇରଙ୍ଗପୁର ସହର ମଧ୍ୟରେ ଥିବା ପଚାଶ ବର୍ଷ ପୁରୁଣା ଗୋଶାଳାର ପାଞ୍ଚ ଏକର ଜମିର ପଟ୍ଟା ଖୁବଶୀଘ୍ର ଉକ୍ତ ଅନୁଷ୍ଠାନକୁ ପ୍ରଦାନ କରିବା ପାଇଁ ଆରଡିସିଙ୍କ ସହିତ ଆଲୋଚନା କରିଥିଲେ।ନବ ଗଠିତ ପରିବା ବିକ୍ରେତା ସଂଘ ବାବା ତ୍ରିନାଥ ମାର୍କେଟ କମିଟିର ଅନୁରୋଧ କ୍ରମେ

Advertising:
Blank space

ରାଇରଙ୍ଗପୁର ସହରର ରାଉତଖମାର ଠାରେ ଥିବା ତିନି ଏକର ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ,ପିଇବାପାଣି ବ୍ୟବସ୍ଥା, ବିଜୁଳି, ରାସ୍ତା, ପାର୍କିଂ ସୁବିଧା ଖୁବଶୀଘ୍ର ହେବ ବୋଲି ଶ୍ରୀ ଦାସ କହିଥିଲେ।ଉକ୍ତ ଗସ୍ତରେ ଦଳୀୟ ନେତାଙ୍କ ସମେତ ମନ୍ତ୍ରୀ ସୁଦାମ ମାରାଣ୍ଡି,ଜିଲ୍ଳା ସଦର ସଭାପତି କାଶୀନାଥ ହେମ୍ବ୍ରମ,ମୋରୋଡା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ,ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଏସ.ଡ଼ି.ସି ଅଧକ୍ଷ ଦେବାଶିଷ ମାର୍ଣ୍ଡି,ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା,ଜେମାମଣି ଶୁଣ୍ଢି,ତୁଳସୀ ସିକ୍ରୀ,ପରେଶ ମୁଣ୍ଡା,ରତିକାନ୍ତ ପରୀକ୍ଷା,ଗଣେଶ ମିଶ୍ର,ଉମାକାନ୍ତ ମହାନ୍ତି, ଜଲେନ ନାୟକ,ଦୀପକ ମିଶ୍ର,ତୁଶୀଲ ହେମ୍ବ୍ରମ,ବଳଦେବ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

Advertising
Mo sapath

Leave A Reply

Your email address will not be published.