Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି:ଅପରାଜିତା

ଆଦର୍ଶ ଓଡ଼ିଶା ଗଠନ ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ’ ଫର୍ମୂଲା

0

ଓଡ଼ିଶାକୁ ଆଦର୍ଶ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ୍’ ମନୋଭାବ ନେଇ କାମ କରିବାକୁ ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ ଦେଇଛନ୍ତି।
ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ନେତାମାନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ତାଙ୍କୁ ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି।ସେ ଓଡ଼ିଶାର ବୋହୂ, ଓଡ଼ିଶା ତାଙ୍କର କର୍ମଭୂମି ଥିଲା ଏବେ ଏହା ତାଙ୍କର ଜନ୍ମଭୂମି ପାଲଟିଛି। ରାଜ୍ୟରେ ଦାରିଦ୍ର‌୍ୟ, ପିସି କାରବାର ଓ ଦୁର୍ନୀତି ପ୍ରସଙ୍ଗରେ ତଥ୍ୟ ରଖି ଅପରାଜିତା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇବା ସହ ଆଗାମୀ ଦିନରେ ଅଧିକ ତଥ୍ୟ ରଖିବେ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।
ଆଦର୍ଶ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ମଧ୍ୟରେ ନିଃସ୍ୱାର୍ଥପର ମନୋବୃତି, କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ଅଦ୍ୟମ ଉତ୍ସାହ ରହିବା ଜରୁରୀ। ଦୀର୍ଘ ୨୫ବର୍ଷ ଧରି ସେ ରାଜ୍ୟ ରାଜନୀତିକୁ ଅତ୍ୟନ୍ତ ପାଖରେ ଦେଖିବାର ସୁଯୋଗ ପାଇଛନ୍ତି। ଏବେ ସେ ଅନୁଭବ କରୁଛନ୍ତି ଯେ ରାଜ୍ୟରେ ପରିବର୍ତନର ଆବଶ୍ୟକତା ରହିଛି।ଆଉ ରାଜ୍ୟର ବିକାଶ କରିବାର କ୍ଷମତା କେବଳ ବିଜେପିର ରହିଛି। ରାଜ୍ୟକୁ ଅଗ୍ରଣୀ କରିବାକୁ ହେଲେ ବିଜେପି ହିଁ ଏକମାତ୍ର ବିକଳ୍ପ।କାରଣ ଏହା ଏକ ରାଷ୍ଟ୍ରୀୟ ଦଳ ଓ ସ୍ଥାୟୀ ଦଳ। ଏହାର କର୍ମୀମାନେ ରାଷ୍ଟ୍ର ସେବା ଓ ଗଠନର ଭାବନା ନେଇ କାମ କରିଥାନ୍ତି।
ସେ ରାଜନୀତିରେ ନିଜକୁ ପ୍ରଥମ ଶ୍ରେଣୀର ଛାତ୍ରୀ ବୋଲି କହିବା ସହ ସମସ୍ତଙ୍କଠୁ ସେ ରାଜନୀତି ଶିକ୍ଷା କରିବାକୁ ଇଚ୍ଛୁକ ଅଛନ୍ତି ବୋଲି କହିଛନ୍ତି । ତଥାପି ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ତାଙ୍କୁ ଓଡ଼ିଶାବାସୀଙ୍କ ପାଇଁ କାମ କରିବା ନିମନ୍ତେ ସଂକଳ୍ପବଦ୍ଧ କରିଛି।ସେ ରାଜନୀତିରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତେ ମିଳିମିଶି ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ସେ ଆହ୍ୱାନ କରିଛନ୍ତି।

Mo sapath

Leave A Reply

Your email address will not be published.