Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରିଲିଜ ହେଲା ନିର୍ବାଚନୀ ଭିଡିଓ,ପୋଷ୍ଟର ଏବଂ ପ୍ରଚାର ଗାଡ଼ି…

ବିଜେପିର ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ..

0

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୮/୦୩: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର ଗାଡି, ନିର୍ବାଚନୀ ପ୍ରଚାର ସଂଗୀତ ଏବଂ ନିର୍ବାଚନୀ ପୋଷ୍ଟର ଶୁଭାରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି, ପୋଷ୍ଟର ରିଲିଜ ସହ ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି । ଫିର ଏକ ବାର ମୋଦୀ ସରକାର ଏବଂ ରାଜ୍ୟରେ ସରକାର ବଦଳିବା ଦରକାର ନାରାରେ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ‘ମୋଦି ରଙ୍ଗ ଲାଗିଲା ବିକାଶର ରଙ୍ଗ ଲାଗିଲା’, ‘ନୂଆ ଆଶା ପୂରା ଭରସା ମୋଦୀଙ୍କ ସାଥେ ନୂଆ ଓଡିଶା’, ‘ଭୋଟ ଦେମା ଆମେ ପଦମ ଫୁଲେ’, ଆଦି ଅନେକ ନିର୍ବାଚନ ସଂଗୀତର ଭିଡିଓକୁ
ଉନ୍ନୋଚନ କରାଯାଇ ପ୍ରଦର୍ଶିତ କରାଯାଇଥିଲା । ସେହିପରି ନିର୍ବାଚନୀ ଡିଜିଟାଲ ପ୍ରଚାର ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ଶାସନରେ ହୋଇଥିବା ବିକାଶକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଚାର ଗାଡି ରାଜ୍ୟର ସମସ୍ତ ଲୋକସଭା ଏବଂ
ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଦେଶରେ ଆଉଥରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ
କରାଇବା ପାଇଁ ପ୍ରଚାର କରିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁ୍ଖପାତ୍ର ଶ୍ରୀ ବୈଜୟନ୍ତ
ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ,
ଡା.ଦାମୋଦର ରାଉତ, ଶ୍ରୀ ବିଜୟ ମହାପାତ୍ରଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି ରିଲିଜ,
ପୋଷ୍ଟର ରିଲିଜ ଏବଂ ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ନିର୍ବଚନୀ ସଂଗୀତ ଏବଂ ପୋଷ୍ଟର ରିଲିଜ ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ
ଦିଲ୍ଲୀପ ମଲ୍ଲିକ, ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ
ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ
ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ
ଖୁଂଟିଆ, ସିନେ ଅଭିନେତ୍ରୀ ଅନୁ ଚୈଧୁରୀ ପ୍ରମୁଖ ଉପସ୍ଥିତ ଥିଲେ

Mo sapath

Leave A Reply

Your email address will not be published.