ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୩/୦୩: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ
କରିବା ପାଇଁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବରିଷ୍ଠ ବିଜେପି ନେତା ସୁବାଷ ଚୈାହାନ ଏବଂ ବରିଷ୍ଠ ଆଇନଜୀବି ଓ ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ରାଜ୍ୟ ଉପ ସଭାପତି ଭାବରେ ଘୋଷଣା କରିଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ବିଭାଗ
ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
