Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଅଗଣତାନ୍ତ୍ରିକ ଭାବେ ପୁରୁଷ ପୋଲିସ୍ ଲଗାଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜା ଏବଂ ନିନ୍ଦନୀୟ ଘଟଣା । ବିଜେପି ମହିଳା ମୋର୍ଚ୍ଚା

୨୦୦ ବର୍ଷର ବ୍ରିଟିଶ ଶାସନ ଠୁ ବଳିଛି ୧୯ ବର୍ଷର ବିଜେଡି ଶାସନ...

0

ଭୁବନେଶ୍ୱର, ତା.୨୧/୦୧: ରାଜ୍ୟରେ ବଢି ଚାଲିଛି ଅରାଜକତା । ୨୦୦ ବର୍ଷର ବ୍ରିଟିଶ ଶାସନ ଠୁ ବଳିଛି ୧୯ ବର୍ଷର
ବିଜେଡି ଶାସନ । କ୍ଷମତା ପିପାସୁ ବିଜେଡି ସରକାରର ମତିଭ୍ରମ ଘଟିଛି । ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି ଜାଣିପାରୁନାହାଁନ୍ତି ପୋଲିସ ଅଧିକାରୀ । ବେବିନାକୁ ନ୍ୟାୟ ଦେବା ଦାବି ନେଇ ମହିଳା ମାନେ ବିକ୍ଷୋଭ କରୁଥିବା ସମୟରେ ଜାଣିଶୁଣି ପୁରୁଷ ପୋଲିସ ଡ୍ୟୁଟିର ଆଳ ଦେଖାଇ ମହିଳାଙ୍କ ସହ ଅଶାଳୀନ ବ୍ୟବହାର ଦେଖାଇବା, ଅଟକାଇବା ବାହାନାରେ ମହିଳାଙ୍କୁ ହ୍ରିଂସ ପରାୟଣ ହୋଇ ମରଣାନ୍ତକ ଆକ୍ରମଣ କରିବା ଏବଂ ଶେଷରେ ବିଜେପି ମହିଳାଙ୍କୁ


ଅସଭ୍ୟ ଭାଷାରେ ଗାଳି କରି ନାରୀ ସମାଜର ଇଜ୍ଜତକୁ ଆଜି ଲୁଣ୍ଠନ କରିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷର ନିରଙ୍କୁଶ ଶାସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ ନାବାଳିକା ଝିଅଙ୍କ ଠୁ ମହିଳା ପର୍ଯ୍ୟନ୍ତ ପ୍ରତିଦିନ ଗଣଦୁର୍ଷ୍କମରେ ଶିକାର ହୋଇ ଚାଲିଛନ୍ତି । ମାଧବିଲତା, ଇତିଶ୍ରୀ, କୁନ୍ଦୁଲି ପିଡିତା ପରି  ବେବିନାକୁ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏହି ବିଷୟରେ ପ୍ରତିବାଦ ଜଣାଇବା ପାଇଁ ନାରୀ ଶକ୍ତିର ପ୍ରତୀକ ଚୁଡି ନେଇ ସରକାରଙ୍କ ଆଗରେ  ପ୍ରତିବାଦ ଜଣାଇବାକୁ ଯାଇଥିବା ମହିଳାମାନଙ୍କୁ ବି ଏ ସରକାର ଛାଡିଲେନି । ବେବିନାକୁ ନ୍ୟାୟ ଦେବା ପାଇଁ ତାଙ୍କ ମାଆ ସିବିଆଇ ତଦନ୍ତ  ଦାବି କରୁଥିବାବେଳେ ସରକାର ଚୁପ୍ ବସିଛନ୍ତି । ବେବିନା ମା’ଙ୍କ ସ୍ୱର ଶାଣିତ କରିବାକୁ ଯାଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମହିଳା  ମୋର୍ଚ୍ଚା ଆଜି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ଅଗଣତନ୍ତ୍ରିକ ଭାବେ ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା
ଅତ୍ୟନ୍ତ ଲଜ୍ଜା ଏବଂ ନିନ୍ଦନୀୟ ଘଟଣା । ବିଜେପି ମହିଳା ମୋର୍ଚ୍ଚାର ୧୦ରୁ ଅଧିକ ମହିଳା ଆଜି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଓଡିଶା ପୋଲିସର ଅତ୍ୟାଚାର ବଳିଯାଇଛି । କୁରୁ ବଂଶ ଶେଷ ହେବା ଭଳି ବିଜେଡି  ସରକାରର ପତନ ହେବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।  ପୋଲିସର ମାଡରେ ଆହତ ହୋଇଥିବା ମହିଳା ମୋର୍ଚ୍ଚାର ସଂପାଦିକା ରଶ୍ମିରେଖା ଦାସ, ମାନସୀ ମଜଂରି ରାୟ, ସୁଭାସିନୀ ପୃଷ୍ଟି, ,ପ୍ରଗତି ରଥଙ୍କ ସମେତ ଅନେକ ମହିଳା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Mo sapath

Leave A Reply

Your email address will not be published.