Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ବୈଜୟନ୍ତଙ୍କୁ ଡିଜିସିଏର କ୍ଲିନ୍‌ ଚିଟ୍‌ , ରାଜ୍ୟ ସରକାରଙ୍କୁ ଝଟ୍‌କା…

0

ବୈଜୟନ୍ତ ଙ୍କୁ ମିଳିଲା ଡିଜିସିଏ ରୁ କ୍ଲିନ୍‌ ଚିଟ୍‌ । ଚିଲିକା ଉପରେ କମ୍‌ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ଥିଲା ଅଭିଯୋଗ । ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଡିଜିସିଏ । ଡିଜିସିଏ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି।  ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ପ୍ରକାର ଆଇନ୍‌ ଉଲଂଘନ କରିନାହିଁ, ହେଲିକପ୍ଟରଟି କୌଣସି ସ୍ଥାନରେ ବିପଦପୂର୍ଣ୍ଣ ଭାବେ ନିମ୍ନକୁ ଆସି ନଥିବା ଡିଜିସିଏ ରିପୋର୍ଟରେ କୁହାଯାଇଛି । କୌଣସି ସ୍ଥାନରେ ହେଲିକପ୍ଟରଟି ନଓହ୍ଲାଇ ଲଗାତାର ଭାବେ ଉଡିଥିଲା । ହେଲିକପ୍ଟରଟି ଭୁବନେଶ୍ୱରରୁ ବାହାରି, ପୁରୀ-କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା । ଚିଲିକା ଉପର ଦେଇ କମ୍‌ ଉଚ୍ଚତାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ଅଭିଯୋଗ ହୋଇଥିଲା । ତେଣୁ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟରକୁ ସିଜ୍‌ କରିଥିଲା । ତେବେ ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ବୈଜୟନ୍ତଙ୍କ ୩ଟି ହେଲିକପ୍ଟରକୁ ସିଜ୍‌ କରିଥିଲା । ଏବେ ବୈଜୟନ୍ତଙ୍କୁ ଡିଜିସିଏର କ୍ଲିନ୍‌ ଚିଟ୍‌ ମିଳିବା ପରେ ରାଜ୍ୟ ସରକାରଙ୍କୁ ଝଟ୍‌କା ଲାଗିଛି ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ ଉେଦେଶ୍ୟ ରଖି ତାଙ୍କ ହେଲିକପ୍ଟରକୁ  ସିଜ୍‌ କରାଯାଇଥିବା ବୈଜୟନ୍ତ କହିଥିଲେ।

Mo sapath

Leave A Reply

Your email address will not be published.