Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଲକ୍‌ଡାଉନ୍ – ୫.୦ ଗରିବ ଓ ଜନସ୍ୱାର୍ଥ ବିରୋଧି – କଂଗ୍ରେସ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨/୦୬ – ଓଡିଶା ସରକାରଙ୍କ ଦିଶାହୀନ କରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ଏକ ସ୍ୱାସ୍ଥ୍ୟ ସେବା ସମସ୍ୟା ବା ପ୍ରସଙ୍ଗ ନହୋଇ ଏହା ଏକ ହ୍ୟୁମାନ ଡିସ୍‌ଟ୍ରେସ୍ ବା ଅଭାବନୀୟ ମାନବ ଯନ୍ତ୍ରଣା, ଆଇନ୍‌ଶୃଙ୍ଖଳା ଏବଂ ଗୁରୁତର ଆର୍ଥିକ ଦୁଃସ୍ଥିତିର ରୂପ ନେଇଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଓଡିଶା ଲକଡାଉନ୍ – ୫.୦’ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଜୁନ୍ ୧ ତାରିଖର ଲକ୍‌ଡାଉନ – ୫.୦ ଘୋଷଣା ସରକାରଙ୍କର ସଂପୂର୍ଣ୍ଣ ଦିଶାହୀନ ଏବଂ ଜନସ୍ୱାର୍ଥ ବିରୋଧୀ ନୀତିକୁ ସ୍ପଷ୍ଟ କରୁଛି ।

Advertisement
Blank space

କରୋନା ମହାମାରୀ ସହ ଲଢୁଥିବା ସମଗ୍ର ବିଶ୍ୱ ଯେତେବେଳେ ଅନ୍‌ଲକିଂ ପ୍ରକ୍ରିୟାକୁ ଜୋରଦାର ଲାଗୁ କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛି ସେତିକି ବେଳେ ଓଡିଶା ସରକାର ଲୋକଙ୍କୁ ଭୟଭୀତ କରାଇ ଲକ୍ ଡାଉନ୍ ପ୍ରକ୍ରିୟାକୁ ଆହୁରି ଜଟିଳ କରିବା ଆରମ୍ଭ କରିଛନ୍ତି । ଗତ ଜୁନ୍ ୧ ତାରିଖ ଦିନ ରାଜ୍ୟ ସରକାର ଲକଡାଉନ୍ – ୫.୦ ରେ ଯେଉଁ କେତେଗୁଡିଏ ନୁଆ ସର୍ତ ଯୋଡିଛନ୍ତି, ଏହା ଦ୍ୱାରା ରାଜ୍ୟରେ ଚାଷୀ, ଦିନ ମଜୁରିଆ, ଛୋଟ ବ୍ୟବସାୟୀ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ୧୧ଟି ଜିଲ୍ଲାରେ ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଦୁଇଦିନ ଯେଉଁ ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରିଛନ୍ତି ଏହାଦ୍ୱାରା ପରିବା ଚାଷୀ ଓ ବ୍ୟବସାୟୀ, ମାଛଚାଷୀ, କୁକୁଡା ଚାଷୀ, ଫଳ ଚାଷୀ ଓ ବ୍ୟବସାୟୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ମାସାଧିକ କାଳ କ୍ଷତି ସହିବା ପରେ ଚାଷୀ, ଉଠାଦୋକାନୀ, ପନିପରିବା, ଫଳ, ମାଛ, ମାଂସ ବ୍ୟବସାୟୀ ଟିକେ ଅଂଟା ସଳଖୁ ଥିବା ବେଳେ ସରକାରଙ୍କର ସପ୍ତାହକୁ ଦୁଇଦିନିଆ ସଟ୍‌ଡାଉନ୍ ନୀତି ଯୋଗୁଁ ଏମାନଙ୍କ ଅବସ୍ଥା ଆହୁର ଖରାପ ହୋଇଯିବ ।
କରୋନା ବା କୋଭିଡ – ୧୯ ଏକ ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ୟା ହୋଇଥିବା ବେଳେ ରାଜ୍ୟ ସରକାର ଏଯାଏଁ ଏହାକୁ ସେ ଦିଗରେ ମୁକାବିଲା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେତେବେଳେ ଭାରତରେ ବହୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଗବେଷଣା ପ୍ରତିଷ୍ଠାନ ଆଶଙ୍କା କଲେଣି ଯେ ଏହା ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଂଚିଗଲାଣି ବୋଲି ଏହା ଦର୍ଶାଉଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । କେରୋନାକୁ ନିୟନ୍ତ୍ରଣ କରିବାର ପ୍ରାଥମିକ କାର୍ଯ୍ୟ ହେଲା ବହୁଳ ଭାବରେ କୋଭିଡ୍ – ୧୯ ଟେଷ୍ଟ କରିବା । ୪ କୋଟି ୨୦ ଲକ୍ଷ ଜନସଂଖ୍ୟାକୁ ଦେଖିଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ମାତ୍ର ୨ ଲକ୍ଷ ଲୋକଙ୍କର ଟେଷ୍ଟ କରିଛନ୍ତି । ଯେତେବେଳେ ଆବଶ୍ୟକତା ଅଛି ସରକାର ଅଧିକରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଇବେ ଏବଂ କ୍ୱାରେନ୍‌ଟାଇନ୍‌ରେ ରଖିବେ ସେତିକି ବେଳେ ରାଜ୍ୟ ସରକାର ଅଧିକ ଟେଷ୍ଟ ନକରି ଜୋର ଜବରଦସ୍ତି ସଟ୍‌ଡାଉନ୍ ଜରିଆରେ ସମଗ୍ର ରାଜବାସୀଙ୍କୁ ଯନ୍ତ୍ରଣା ଦେବାରେ ପଛାଉ ନାହାନ୍ତି । ସରକାର ଅଧିକ କୋଭିଡ୍ – ୧୯ ଟେଷ୍ଟ ନକରିବାର କାରଣ ସରକାର ଏ ଦିଗରେ ପଇସା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ରାଜ୍ୟ ସରକାରଙ୍କର ଅବହେଳା ଏବଂ ଗରିବ ବିରୋଧି ନୀତି ଯୋଗୁଁ ରାଜ୍ୟର ଲକ୍ଷାଧିକ ଅଣସଂଗଠିତ ଶ୍ରମିକ, ଅଟୋଚାଳକ, ଉଠାଦୋକାନୀ, ରିକ୍‌ସାଚାଳକ, ଜଙ୍ଗଲ ଶ୍ରମିକ, କୃଷି ଶ୍ରମିକ, ଖବରକାଗଜ ହକର ଓ ସଫେଇ କର୍ମଚାରୀ କୋଭିଡ୍ – ୧୯ ସହାୟତା ପ୍ୟାକେଜରୁ ବଂଚିତ ହେବେ । ରାଜ୍ୟ ସରକାରଙ୍କର ପିଛିଲା ଅଣସଂଗଠିତ ଶ୍ରମିକ ପଞ୍ଜିକରଣ ସର୍ଭେ ଅନୁଯାୟୀ ଏହି ବର୍ଗର ମୋଟ୍ ପଞ୍ଜିକୃତ ହୋଇଥିବା ଶ୍ରମିକ ହେଲେ ମାତ୍ର ୨୫୪୮୨ । ଯେତେବେଳେ କେବଳ ଭୁବନେଶ୍ୱର ଓ କଟକରେ ଏହି ବର୍ଗର ଶ୍ରମିକମାନଙ୍କ ସଂଖ୍ୟା ଲକ୍ଷାଧିକ ସେତେବେଳେ ମୋଟ୍ ରାଜ୍ୟର ସଂଖ୍ୟା ସରକାରୀ ହିସାବ କହୁଛି ମ୍ରାତ ୨୫୪୮୨ । ଅର୍ଥାତ୍ ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରୁଛନ୍ତି ଏଥିରୁ ଶ୍ରମିକ, ଅଟୋଚାଳକ, ଉଠାଦୋକାନୀ, ରିକ୍‌ସାଚାଳକ, ଜଙ୍ଗଲ ଶ୍ରମିକ, କୃଷି ଶ୍ରମିକ, ଖବରକାଗଜ ହକ୍‌ର ବଂଚିତ ହେବେ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.