ବାରିପଦା(ନିରପେକ୍ଷ ଖବର) ୩୧/୦୫: ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାକୁ କରୋନା ଛୁଇଁବାର ଦୀର୍ଘ ଏକ ମାସ ପରେ ବାରିପଦାରେ ଆରମ୍ଭ ହେଲା କରୋନା ସ୍ୱାବ ପରୀକ୍ଷା।ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ପ୍ରବାସୀ ମୟୂରଭଞ୍ଜିଆ ଓ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କର ସ୍ୱାବ ଟେଷ୍ଟ ପାଇଁ ରାଜ୍ୟ ରାଜଧାନୀ ଉପରରେ ନିର୍ଭର କରିବାକୁ ପଡୁଥିଲା। ପୁଣି କେବେ ସ୍ୱାବ ଟେଷ୍ଟର ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା ବେଳେ ଅନେକ ଅପେକ୍ଷା ମଧ୍ୟ କରିବାକୁ ପଡୁଥିଲା। ତେବେ ଏସବୁର ଅନ୍ତ ଘଟିଛି।
ମୟୂରଭଞ୍ଜ ଜିଲ୍ଲାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆଜି ଉଦଘାଟିତ ହୋଇଯାଇଛି ମାଇକ୍ରୋ ବାୟୋଲଜି ଟେଷ୍ଟିଙ୍ଗ ସୁବିଧା। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। କରୋନା ସଂକ୍ରମିତ ରୋଗୀମାନଙ୍କର ସ୍ୱାବ ଏହି ୨ଟି ଲେବୋରେଟୋରିରେ ପରୀକ୍ଷା କରାଯିବ। ପ୍ରତିଦିନ ୧୦୦ ଟି ସ୍ୱାବ ଏଥିରେ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳଙ୍କ ସୂଚନା। ଲୋକପ୍ରତିନିଧି ବ୍ୟତୀତ ମେଡ଼ିକାଲ କଲେଜର ସମସ୍ତ କର୍ମଚାରି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post