Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା

ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ନିବେଦନ

0

ଦିଲ୍ଲୀ, ନିରପେକ୍ଷ ଖବର:୧୯/୧୨/୧୯ ସମସ୍ତ ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ଜରିଆରେ ଆଶ୍ୱାସନା ଦେଇଛନ୍ତି । ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ” । ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର ମହତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସାର୍ବଜନୀନ ସମ୍ପତି ନଷ୍ଟ ଓ ସାଧାରଣ ଜୀବନରେ ଶାନ୍ତିଭଙ୍ଗ କରିବା ଆମ ସଂସ୍କୃତି ନୁହେଁ । ନାଗରିକ ସଂଶୋଧନ ବିଧେୟକ ୨୦୧୯ ସଂସଦର ଉଭୟ ଗୃହରେ ବ୍ୟାପକ ସମର୍ଥନ ସହ ପାରିତ ହୋଇଛି ।
ବହୁସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି । ଏହି ବିଧେୟକ ଭାରତର ସହାବସ୍ଥାନ, କରୁଣା, ଭାଇଚାରା ଏବଂ ସମସ୍ତଙ୍କୁ ଆପଣାଇବା ସଂସ୍କୃତିର ପ୍ରତିଫଳନ ।
ମୁଁ ସମସ୍ତ ଦେଶବାସୀଙ୍କୁ ପୁନଃ ଆଶ୍ୱାସନା ଦେବାକୁ ଚାହେଁ ଯେ, ଏହି ବିଧେୟକ କୌଣସି ସମ୍ପ୍ରଦାୟର କ୍ଷତି କରିବ ନାହିଁ । ଏହି ବିଧେୟକ ହେତୁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଏହା ସେମାନଙ୍କ ପାଇଁ ଯେଉଁମାନେ ଅନ୍ୟଦେଶରେ ବହୁ ବର୍ଷ ଧରି ପୀଡିତ ଏବଂ ଭାରତ ଛଡା ଅନ୍ୟ କୌଣସି ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ନାହିଁ । ସାଂପ୍ରତିକ ସମୟର ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଭାରତର ବିକାଶ ଏବଂ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗରିବ, ନିଷ୍ପେସିତ ଓ ବଂଚିତଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ ।
ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆମେ ଏକତା ଭାଙ୍ଗିବା ଏବଂ ହିଂସାତ୍ମକ କାଣ୍ଡ ଘଟାଇବାର ସୁଯୋଗ ଦେବାନାହିଁ । ବର୍ତମାନ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାର ସମୟ । ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବାକୁ ଚାହେଁ ଯେ, ସମସ୍ତ ପ୍ରକାରର ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ ।

Mo sapath

Leave A Reply

Your email address will not be published.