Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ମୟୂରଭଞ୍ଜ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ।

0

ବାରିପଦା(ନିରପେକ୍ଷ ଖବର)ତା-୧୫/୦୪-କୋରୋନା ଭାଇରସ ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତ ରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଓଡିଶା ସରକାର କୋରୋନା ଭାଇରସ ରୋକିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ।ସ୍ଥାନୀୟ ବାଙ୍କିଶୋଳ ସ୍ଥିତ କିସ୍ କ୍ୟାମ୍ପସରେ ଏହି ହସ୍ପିଟାଲ ରହିଛି।ଏଥିରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ଚିକିତ୍ସା କରାଯିବ। ମୟୁରଭଞ୍ଜ ଜିଲ୍ଲାରେ ୨୦ଟି ICU ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍‌ପିଟାଲ ବୁଧବାର ଠାରୁ କାର୍ଯ୍ୟକ୍ଷମ ହୋଇଛି।ଡ଼ଃ ସୁଧୀର ଶତପଥୀ (କିମସ)ବାରିପଦା କୋଭିଡ଼ ହସ୍ପିଟାଲର ମୁଖ୍ୟ ପରିଚାଳକ ହୋଇଛନ୍ତି।କିମସ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବାର ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଛନ୍ତି। ସ୍ଥାନୀୟ ବାଙ୍କିଶୋଳସ୍ଥିତ କିସ୍ କ୍ୟାମ୍ପସ୍ ରେ ଆଜି ସକାଳ ୧୧:୩୦ ସମୟରେ ଏହି ହସ୍ପିଟାଲ ଶୁଭାରମ୍ଭ ହୋଇଯାଇଛି। ଏଥିରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ଚିକିତ୍ସା କରାଯିବାର ସୁବ୍ୟବସ୍ଥା ଅଛି। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର କିମସ ହସ୍ପିଟାଲ ସି.ଇ.ଓ. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସିଡିଏମ୍‌ଓ ଡାକ୍ତର ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି ।ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Public advised
Mo sapath

Leave A Reply

Your email address will not be published.