ବାରିପଦା:(ନିରପେକ୍ଷଖବର),୧୮/୧୨/୧୯:ସ୍ୱାମୀକୁ କଟୁରିରେ ରେ ହାନି ଥାନା ରେ ଆତ୍ମସମର୍ପଣ କଲା ରଖିତା ସ୍ତ୍ରୀ। ସ୍ତ୍ରୀର ମାନ୍ୟତା ନ ଦେବାରୁ ବୁଧବାର ଭୋର ୪ଟା ସମୟରେ ବାଲେଶ୍ଵର ଗୁଡିପଦାରେ ରହୁଥିବା ସ୍ୱାମୀକୁ ମାରି ଘର କବାଟ ଦେଇ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ରକ୍ଷିତା ସ୍ତ୍ରୀ ସୀତା ହେମ୍ବ୍ରମ । ତାସହ ୧୨ବୟସରୁ ଅନୈତିକ ସମ୍ପର୍କ ରଖି ପରେ ସ୍ଵାମୀ ତାକୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଛି ରକ୍ଷିତା ସ୍ତ୍ରୀ। ସୂଚନାଯୋଗ୍ୟ ଯେ, ସହଦେବଖୁଣ୍ଟା ଥାନା ଗୁଡିସାହିରେ ଏକ ଭଡା ଘରେ ବୃଢା ମାରାଣ୍ଡିଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକ ଜଣଙ୍କ ଏକ ବ୍ୟାଙ୍କରେ ଜଗୁଆଳୀ ଭାବେ କାର୍ଯ୍ୟ
କରୁଥିଲେ । ତେବେ ବୃଢା ମାରାଣ୍ଡିକୁ କିଏ ଓ କାହିଁକି ହତ୍ୟା କଲା, ତାହାର କାରଣ ଜାଣିବା ପାଇଁ ପୋଲିସ ଛାନଭିନ୍ କରୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ବାଲେଶ୍ବର
ଜିଲ୍ଲା ସହଦେବଖୁଣ୍ଟା ଥାନା ଗୁଡିସାହିର ଏକ ଭଡା ଘରେ ବୃଢା ମାରାଣ୍ଡିକୁଙ୍କୁ ନିର୍ମମ ହତ୍ୟା କରାଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଛାଡି ଦେଇ ରକ୍ଷିତା ସ୍ତ୍ରୀ ବାରିପଦା ସଦର ଥାନାରେ ଅଭିଯୋଗ କରିଛି। ଉଭୟ ସୀତା ହେମ୍ମ୍ରମ ଓ ବୁଢା ମାରାଣ୍ଡିଙ୍କ ଘର ସଦର ଥାନା ଅନ୍ତର୍ଗତ ସିରିସୀବଣି ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post