Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ।

0

ବାରିପଦା(ନିରପେକ୍ଷ ଖବର)ତା-୦୨/୦୩– ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧, ୨୦୧୯ରୁ ଲାଗୁ ହୋଇଥିଲା। ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୩୧ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସମୟ ସୀମାକୁ କହଳ କରାଯାଇଥିଲା କାରଣ ମୋଟର ଯାନ ମାନଙ୍କ ର ସମସ୍ତ କାଗଜପତ୍ର କରିବାକୁ ସମୟ ଦିଆଯାଇଥିଲା।କିନ୍ତୁ ମାର୍ଚ୍ଚ ୧ ତାରିଖ ରୁ ଟ୍ରାଫିକ୍ ଚେକିଂରେ ଧରାପଡିଲେ ସଭିଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ। ଆଜି ଠାରୁ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷକରି ଓଭରଲୋଡି ଗାଡି ,ରଙ୍ଗ ରୁଟରେ ଗାଡି ଚାଳନା ,ବିନା ହେଲମେଟ,ବିନା କାଗଜପତ୍ର ରେ ଗାଡି ଚାଳନା କରିବା ଓ ମଦ୍ୟପାନ କରି ଗାଡି ଚାଳନା ଉପରେ ପୋଲିସ ବିଭାଗ ନଜର ରଖିଛି।ପୋଲିସ ବିଭାଗ ପକ୍ଷରୁ ବାରିପଦା ସହର ମଧ୍ୟରେ ଥିବା କିଛି ସ୍ଥାନ ମାନଙ୍କ ରେ ଗାଡି ମୋଟର ଯାଞ୍ଚ ହୋଇଥିଲା।ସହରରେ ଥିବା ପାଲବଣି ଗୋଲେଇ ବାଇପାସ ନିକଟରେ ଜୋରସୋର ଚେକିଙ୍ଗ କରିବା ସହିତ ବହୁତ ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ ହୋଇଥିଲା।କିଛି ଲୋକ ଚେକିଙ୍ଗ ଦେଖି ଭୟ ରେ ଖସି ପଳେଇ ଯିବାକୁ ଚେଷ୍ଟା କଲା ବେଳେ ଦୁର୍ଘଟଣା ର ମଧ୍ୟ ଶିକାର ହୋଇଛନ୍ତି।ସେଠାରେ କିଛି ସାଧାରଣ ଲୋକ ସମୟ ସୀମା ଆହୁରି କିଛି ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି।

Advertising:
Blank space

କିନ୍ତୁ ପୋଲିସ ବିଭାଗ ଓ ପରିବହନ ବିଭାଗ ପକ୍ଷରୁ ହେଉଥିବା ମିଳିତ ଯାଞ୍ଚ ସମୟର ନିୟମ ଭଙ୍ଗ କରୁଥବା ୫୦ ଟି ଗାଡି ଚାଳକ ମାନଙ୍କୁ ଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରିଛି।ସେଥି ମଧ୍ୟରୁ ସର୍ବାଧିକ ୨୦,୦୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି।ନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲଂଘନ କାରି ମାନକୁ ଜରିମାନା ଦେବା ସହ ଘଟଣାସ୍ଥଳରେ ଗିରଫ କରାଯିବ।

Mo sapath

Leave A Reply

Your email address will not be published.