Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ଡାକ୍ତରଖାନାରେ ନବଜାତ ଶିଶୁକୁ ଛାଡି ବାପା ବୋହିନେଲା ସ୍ତ୍ରୀର ଶବ ….

ସ୍ତ୍ରୀର ପ୍ରେମ ଆଉ ଭଲ ପାଇବା ଯେ ଖାଲି ଜୀବିତ ଅବସ୍ଥାରେ ତାହା ନୁହେଁ ମୂର୍ତ୍ୟୁପରେ ମଧ୍ୟ ସେହି ଭଲ ପାଇବାକୁ ଜୀବିତ ରଖି ହୁଏ।

0
Advertising:

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-କଥାରେ ଅଛି ସ୍ୱାମୀ ଓ ସ୍ତ୍ରୀର ବନ୍ଧନ ଯୋଗେ ଯୋଗେ ରହିଛି, ଆଗକୁ ବି ରହିବ। ସ୍ତ୍ରୀର ପ୍ରେମ ଆଉ ଭଲ ପାଇବା ଯେ ଖାଲି ଜୀବିତ ଅବସ୍ଥାରେ ତାହା ନୁହେଁ ମୂର୍ତ୍ୟୁପରେ ମଧ୍ୟ ସେହି ଭଲ ପାଇବାକୁ ଜୀବିତ ରଖି ହୁଏ। ତାକୁ ପ୍ରମାଣ କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳର ଖେଲା ସରେନ। ଗରିବିର ତାଡନା ପାଇଁ ନବଜାତ ଶିଶୁକୁ ଡାକ୍ତରଖାନାରେ ଛାଡିଦେଇ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିନେଇଛି ସ୍ୱାମୀ । ମେଡିକାଲରେ ସ୍ତ୍ରୀ ରାଇମାତ ସୋରେନ ଏକ ପୁଅ ସନ୍ତାନକୁ ଜନ୍ମ ଦେବା ପରେ ତାର ମୃତ୍ୟୁ ହୋଇଥିଲା। ସ୍ତ୍ରୀର ମୃତଦେହ ଟ୍ରଲିରେ ବୋହିଲା ସ୍ୱାମୀ । ନିଜ ସମ୍ପର୍କୀୟଙ୍କ ଘରେ ଶବ ଦାହ କରିବାକୁ ଯାଇଥିଲେ ସ୍ୱାମୀ । କିନ୍ତୁ ସେମାନେ ମନା କରିଦେବା ପରେ ବାଧ୍ୟ ହୋଇ ଟ୍ରଲିରେ ସ୍ତ୍ରୀଙ୍କ ମୃତଦେହ ନେଇ ନିଜ ଗାଁକୁ ଆସିଥିଲେ । ସାନଜୁନୁପାଳ ଗ୍ରାମରେ ଖେଲା ସୋରେନ୍ ତାଙ୍କର ସ୍ତ୍ରୀ ରାଇମାତ ସୋରେନ୍‌କୁ ପ୍ରସବ ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ରାଇମାତଙ୍କର ଗତକାଲି ପ୍ରସବ ହୋଇଥିଲା । ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ରାଇମାତଙ୍କର ମୃତ୍ୟୁ ହୋଇଥିଲା । ପୁଅକୁ ଡାକ୍ତରଖାନାରେ ଡାକ୍ତରଙ୍କ ହେପାଜତରେ ଛାଡି ସ୍ତ୍ରୀର ମୃତଦେହକୁ ସ୍ୱର୍ଗରଥରେ ନେଇ ଉଦଳା ଥାନା ଉର୍ମଳ ଗ୍ରାମ ସ୍ଥିତ ସଂପର୍କୀୟ ଘରକୁ ଆସିଥିଲେ ଖେଲା । ହେଲେ ସଂପର୍କୀୟ ଘର ଲୋକେ ରାଇମାତର ଶବକୁ ତାଙ୍କ ଗ୍ରାମରେ ଦାହ କରିବାକୁ ମନା କରିଥିଲେ । ଏହା ପରେ ସ୍ତ୍ରୀର ମୃତଦେହକୁ ଗ୍ରାମକୁ ନେବାକୁ ଚାହିଁଥିଲେ ସ୍ୱାମୀ ଖେଲା । ହେଲେ ପାଖରେ ଟଙ୍କା ନ ଥିବାରୁ ଏକ ଟ୍ରଲି ମାଗି ଆଣି ସେଥିରେ ସ୍ତ୍ରୀର ମୃତଦେହକୁ ବୋହି ବୋହି ନେଇ କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମକୁ ଯାଉଥିଲା । ତେବେ ଉର୍ମଳ ଗ୍ରାମରୁ ୩ କିଲୋମିଟର ଯିବା ପରେ ରାସ୍ତା ପାର୍ଶ୍ୱରେ ନାବରା ଜଙ୍ଗଲରେ ମୃତଦେହକୁ ପୋତିଦବୋକୁ ଚାହିଁଥିଲେ ଖେଲା । ହେଲେ ସେଠାରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୁଣି ଶବକୁ ଟ୍ରଲିରେ ଧରି ନିଜ ଗ୍ରାମକୁ ଯିବା ବାଟରେ ସ୍ୱାମୀ ଖେଲାଙ୍କୁ ଅଟକାଇଥିଲା ପୋଲିସ୍ । ପରେ ପୋଲିସ ସହାୟତାରେ ମୃତଦେହ ଖେଲାଙ୍କ ଗ୍ରାମକୁ ପଠାଇଥିବା ସୂଚନା ମିଳିଛି ।

Mo sapath

Leave A Reply

Your email address will not be published.