Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ବର ପକ୍ଷରୁ ସପ୍ତମ ଆୟୁର୍ବେଦ ଦିବସ ପାଳନ …

ଆୟୁଷ ମନ୍ତ୍ରଣାଳୟ ପ୍ରତିବର୍ଷ ଧନ୍ଵନ୍ତରୀ ଜୟନ୍ତୀରେ ଆୟୁର୍ବେଦ ଦିବସ ପାଳନ କରିଥାଏ ଏବଂ ଚଳିତ ବର୍ଷ ଏହା 23 ଅକ୍ଟୋବର 2022 ଦିନ ପାଳନ କରାଯିବ...

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଚଳିତ ବର୍ଷ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗର ସହଯୋଗରେ ଏହାକୁ ପାଳନ କରୁଛି ଯାହା ଦ୍ବାରା ଦେଶର ପ୍ରତ୍ୟେକ ବ୍ୟକ୍ତି 3Js – ଜନ ସନ୍ଦେଶ, ଜନ ଭାଗିଦାରୀ ଏବଂ ଜନ ଆନ୍ଦୋଳନ ଲକ୍ଷ୍ୟରେ ପାରମ୍ପାରିକ ଔଷଧ ପ୍ରଣାଳୀ ବିଷୟରେ ଅବଗତ ହେବେ ଛଅ ସପ୍ତାହ ଧରି ଚାଲିଥିବା କାର୍ଯ୍ୟକ୍ରମ (୧୨ ସେପ୍ଟେମ୍ବର– ୨୩ ଅକ୍ଟୋବର ୨୦୨୨) କୁ ଆୟୁଷ ମନ୍ତ୍ରୀ ଶ୍ରୀ ସରବାନନ୍ଦ ସୋନାୱାଲ, ଆୟୁଷ ରାଜ୍ୟ ମନ୍ତ୍ରୀ ତାଂ.ମୁଞ୍ଜାପରା ମହେନ୍ଦ୍ରଭାଇ କଲୁଭାଇ., ସଚିବ ବୈଦ୍ୟ ରାଜେଶ କୋଟେଚା, ସ୍ଵତନ୍ତ୍ର ସଚିବ ଶ୍ରୀ ପି. କେ ପାଠକ ଏବଂ ଏନସିସିଏମ୍ ଚେୟାରମ୍ୟାନ୍‌ ବୈଦ୍ୟ ଜୟନ୍ତ ଦେଓପୁଜାରୀ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ଶ୍ରୀ ସୋନାୱାଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଉତ୍ତମ ପ୍ରୟାସ । ଚଳିତ ବର୍ଷର
ମୁଖ୍ୟ ବିଷୟ ବସ୍ତୁ ‘ହର ଦିନ୍ ହର ଘର ଆୟୁର୍ବେଦ’ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଇଛି ।
ପ୍ରତ୍ୟେକ ଘରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆୟୁର୍ବେଦ | ଏହା ଆମ ଦେଶକୁ ସୁସ୍ଥ ଏବଂ ଶକ୍ତିଶାଳୀ ହେବାକୁ
ସାହାଯ୍ୟ କରିବ । ” କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ବର, ସିସିଆରଏଏସ, ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦ୍ବାରା ପ୍ରସ୍ତାବିତ ବିଷୟ ‘ହର ଦିନ୍ ହର ଘର ଆୟୁର୍ବେଦ’ ପରିପେକ୍ଷିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୱେବିନାର୍ସ ଆୟୋଜନ ଏବଂ ଆୟୁର୍ବେଦ ଉପରେ ଆଧାରିତ ଆୟୁର୍ବେଦ ରେସିପି ପୁସ୍ତକ ପ୍ରକାଶନ କରାଯାଇଛି । CSIR-IMMT, CRPF, CWC ଭୁବନେଶ୍ବର ସହିତ ମିଳିତ ସଂଗଠନରେ ଏବଂ THCRP, AMHCP-SCSP & WCH-SCSP ପରି ବିଭିନ୍ନ ଆଉଟ୍ରିଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ
ଶିବିରର ଆୟୋଜନ କରାଯାଇଅଛି । ସଂସ୍ଥାନର ବର୍ହିବିଭାଗରେ ପ୍ରକୃତି ପରୀକ୍ଷା ତଥା ଔଷଧ୍ୟ ବୃକ୍ଷ ମୁକ୍ତରେ ବିତରଣ କରାଯାଇଅଛି । ଆୟୁର୍ବେଦ ଆହାରକୁ ପ୍ରୋତ୍ସାହିତ କରିବାର ଏକ ଅଂଶ ଭାବରେ ଏହି ଅନୁଷ୍ଠାନ ପରିସରରେ ଦିବା ୨୨/୧୦/୨୦୨୨ ରେ ଆୟୁର୍ବେଦ ଖାଦ୍ୟ ମହୋତ୍ସବ ମଧ୍ୟ ଆୟୋଜନ କରିବାକୁ ଯାଉଅଛି ।

Mo sapath

Leave A Reply

Your email address will not be published.