Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨/୦୬/୨୦୨୦: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ସଂଯୋଜନାରେ ସରକାରଙ୍କ କୋଭିଡ୍‌-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରି ଏକ ରକ୍ତଦାନ ଶିବିର ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ ଏବଂ ଜୀବନ ବିନ୍ଦୁର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଯାଜପୁରର ମାନ୍ୟବର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା, ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ୍ ଅଧ୍ୟକ୍ଷ ଡଃ. ଅମର ପଟ୍ଟନାୟକ, ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ବଳବନ୍ତରାୟ ଓ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ତଥା ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତା ତଥା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ ।

Advertisement
Blank space

ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଯୁବ ଜନତା ଦଳର ଉପଦେଷ୍ଟା କୁନ ବିହାରୀ ଦାସ, ଉପସଭାପତି ସନ୍ତୋଷ ବେଜ୍‌, ସାଧାରଣ ସମ୍ପାଦକ ଧ୍ରୁତି ରଞ୍ଜନ ମାର୍ଥା, ମଧୁସ୍ମିତା ପରିଡା, ସମ୍ପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାସୁଂ ନାରାୟଣ ମିଶ୍ର, ଆଶିସ୍ ମିଶ୍ର, ଅବିନାସ ପ୍ରଧାନ, ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବ ଜନତା ଦଳର ଆଇ.ଟି ୱିଙ୍ଗ୍ ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ବେହେରା, ମହୀକ୍ଷୀତା ମିଶ୍ର, ଯୁବ ନେତା ଆଲୋକ ବେହେରା, ଦୀପକ କୁମାର ସାହୁ, ସୋମ୍ୟ ସାର୍ଥକ ରାୟ, ଚେତନ୍ ମହାପାତ୍ର, ଦୀପ୍ତି ରଞ୍ଜନ ପାଲ୍‌, ବିଶ୍ୱଜ୍ୟୋତି ବେହେରା, ଜୋନାଲୀ କବି, ଲିପ୍‌ସା ଦାସ ପ୍ରମୁଖ ସହଯୋଗ କରିଥିଲେ ।

Mo sapath

Leave A Reply

Your email address will not be published.