Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନିଆରା ଢ଼ଙ୍ଗରେ କଂଗ୍ରେସ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୩୦ /୫ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧକ୍ଷତାରେ କଂଗ୍ରେସ ଭବନ ପରିସରରେ ମହାମାରୀ କରୋନା କୁ ପ୍ରତିହତ କରିବା ନିମନ୍ତେ କାର‌୍ୟ୍ୟରତ ସମସ୍ତ ବର୍ଗର ଭାଇ ଓ ଭଉଣୀ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ । ଆପଣମାନଙ୍କର ନିରନ୍ତର ସାଧୁ ଉଦ୍ୟମକୁ ଆହୁରି ଊସ୍ଛାହିତ କରିବା ଉଦେଶ୍ୟରେ ଦଳତରଫରୁ ସଂଧ୍ୟା ୫ ଘଟିକା ସମୟରେ ଜାତୀୟ ସଂଗୀତ \”ଜନଗଣମନ\”, ଓ ୫ ଘଟିକା ୩୦ମି.ରେ ବନ୍ଦେ ଉତ୍କଳ ଜନନୀ ସମେତ ଦେଶାତ୍ମବୋଧକ ସଂଗୀତ ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଆଦି ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା ।.ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ,ପରିଚାଳନାଗତ ତ୍ରୁଟି ଓ ଅଦୂରଦର୍ଶିତା ଯୋଗୁଁ ଉତ୍କଳ ମାତା ର ଲକ୍ଷ ଲକ୍ଷ ସନ୍ତାନ ପ୍ରବାସରେ ଅସହ୍ୟ ଯନ୍ତ୍ରଣାରେ ଆଜି ବି ଛଟପଟ ହେଉଛନ୍ତି । କିଏ ଆସୁ ଆସୁ ବସ ଦୁର୍ଘଟଣାରେ ତ କିଏ ରେଳଲାଇନ ରେ ଅବା ଚାଲିଚାଲି ଆସୁଥିବାବେଳେ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କଲେ । ଦିବଂଗତ ଆତ୍ମା ର ସଦଗତି କାମନା ପାଇଁ ୨ ମିନିଟ ର ନିରବ ପାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ,ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ସଙ୍ଗୀତଜ୍ଞ ଆଶା ଆଲୋକ ବାରିକ ଓ ପ୍ରଭାସିନୀ ରାଉତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ,ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ,ବିଜୟଲକ୍ଷ୍ମୀ ସାହୂ,ଆଇନଜୀବୀ ଶିବାନନ୍ଦ ରାୟ ,ଶୁଭେନ୍ଦୁ ମହାନ୍ତି ,ରଶ୍ମି ମହାପାତ୍ର ,ଜାନକୀ ବଲ୍ଲଭ ପଟ୍ଟନାୟକ , ସତ୍ୟ ପ୍ରକାଶ ନାୟକ ,ମନୋରଞ୍ଜନ ଦାଶ ,କିଶୋର ଜେନା ,ଚିନ୍ମୟ ସୁନ୍ଦର ଦାଶ ,ପଦ୍ମାକର ଗୁରୁ ,ଜ୍ଞାନଦେବ ବେଉରା,ଅଭିଷେକ ମହାନନ୍ଦ ,ରାଜୀବ ପଟ୍ଟନାୟକ ,ଅଜିତ ମଙ୍ଗରାଜ,ବୀଣାପାଣି ସାମଲ ,ଶୁଭଶ୍ରୀ ପଣ୍ଡା, ପ୍ରଶାନ୍ତ ଶତପଥୀ, ଦୀପକ କୁମାର ମହାପାତ୍ର , ସୁଶାନ୍ତ ତ୍ରିପାଠୀ,ଦେବୀ ପ୍ରସାଦ ମଲ୍ଲିକ, କୁସୁମ ପ୍ରଧାନ ,ସ୍ୱାଧିନବାଳା ଦାଶ ,ନରେଶ ମହାନ୍ତି ,ନିରଞ୍ଜନ ନାୟକ ,ଦେଓ ପ୍ରାସାଦ ,ସତ୍ୟବ୍ରତ ନାୟକ ,ଦୀପକ ସାହୂ ,ସରୋଜ ପରିଡା ,ଆଦିତ୍ୟ ପ୍ରିତମ ଦାଶ ,ବିରଂଚି ବାରିକ ,ମାନସ ଆଚାର‌୍ୟ୍ୟ , ପ୍ରକାଶ ମିଶ୍ର ,କନକଲତା ମଲ୍ଲିକ ହଳଧର ସେଠୀ, ଯୋଗୀନାଥ ବାହୁବଳେନ୍ଦ, ଲଲାଟେନ୍ଦୁ ଦାସ, ରାଜକିଶୋର ବାରିକ୍‌, ଦେବୀ ପ୍ରସାଦ ବାହାଲିଆ, ସଂଜୀବ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଦି, ବିଜୟ ପ୍ରଧାନ, ଜୟକୃଷ୍ଣ ମାଲିଆ, ନିରୋଦ ବରଣ ଖୁଂଟିଆ, ସତ୍ୟସ୍ମିତ ମହାନ୍ତି, ତରୁଣ ମିଶ୍ର, ବିଶ୍ୱଜିତ୍ ଦାଶ, ବଟକୃଷ୍ଣ ରାଉତରାୟ, ରତ୍ନାକର ବେହେରା, ଜ୍ୟୋତିଷ ସାହୁ, ବେଣୁ ଭୋଇ, ସତ୍ୟବ୍ରତ ଗୁରୁ, ବିନୋଦ କୁମାର ରାଉତ, ନଳୀନକାନ୍ତ ନାୟକ, ସଂକୁନା କହଁର, ମନୋଜ ନାୟକ, ୟାସିର ନୱାଜ, ସମ୍ଭଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଜଟଣୀର ମାନନୀୟ ବିଧାୟକ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.