ଭୁବନେଶ୍ୱର, ନିରପେକ୍ଷ ଖବର:ତା:୨୩/୦୨/୨୦୨୦ ଉତ୍କଳ ସାମ୍ବାଦିକ ଭବନରେ ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଙ୍ଘର ନୂତନ କାର୍ଯ୍ୟକାର୍ତ୍ତାଙ୍କ ଶପଥ ଗ୍ରହଣ ରବିବାର ସଂଘ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଭାବେ ନବୀନ କୁମାର ମହାପାତ୍ର, ଉପସଭାପତି ଭାବେ ଦିବାକର ଜେନା, କେ.ଭି. ସରସ୍ୱତୀ, ଶେଷରାମ କେଶରୀ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଅଶୋକ କୁମାର ପାଣି, ଯୁଗ୍ମ ସମ୍ପାଦକ ବିରେନ କୁମାର ପ୍ରଧାନ, ଶେଖ ବସିର ଅଲ୍ଲୀ,କୃଷ୍ଣ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ସଙ୍ଗଠନ ସମ୍ପାଦକ ମୃତ୍ୟୁଞ୍ଜୟ ଦାସ ଶପଥ ନେଇଛନ୍ତି।ପୂର୍ବତନ ସଭାପତି ଜଳଧର ସେଠୀ ସଭା ପରିଚାଳନା କରିଥିଲେ।ରାଜ୍ୟର ସମସ୍ତ ଜିଲ୍ଲାର ଶାଖା ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।
