ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୯/୦୪ ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ “ବିଶ୍ୱ ନୃତ୍ୟ ଦିବସ” କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି।
ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନୃତ୍ୟକଳାକୁ ଭାରତୀୟ ସଂସ୍କୃତିର ଅମୂଲ୍ୟ ଐତିହ୍ୟ ବୋଲି ବର୍ଣ୍ଣନା କରିବା ସହ ଏହାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ସମିକ୍ତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ସହ ବିଭିନ୍ନ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲେ।
ଏହି ଅବସରରେ ଏକାଡେମୀର ପଦାଧିକାରୀ, ବିଶିଷ୍ଟ କଳାକାର, ସଂସ୍କୃତିପ୍ରେମୀ ଓ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ନୃତ୍ୟକଳା ପ୍ରତି ସମାଜରେ ଆଗ୍ରହ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

