Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ନୀଳାଚଳ ଇସ୍ପାତ୍ ନିଗମର ଘରୋଇ କରଣ ପରିବର୍ତ୍ତେ ଏକ ସରକାରୀ ଉଦ୍ୟାଗରେ ମିଶ୍ରଣ ହେଉ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୦୩: ଓଡ଼ିଶାର କଳିଙ୍ଗନଗର ଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଘରୋଇ କରଣ ପରିବର୍ତ୍ତେ କୌଣସି ଏକ ସରକାରୀ ଉଦ୍ୟାଗ ସହ ମିଶ୍ରଣ କରି କାରଖାନା ଚାଲୁ କରିବାକୁ ଦାବି ହୋଇଛି। ଏନେଇ ଆଜି ଶତାଧିକ କର୍ମଚାରୀ ଓ ଶ୍ରମିକ ଗାନ୍ଧିମାର୍ଗରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର, ଇସ୍ପାତ ମନ୍ତ୍ରାଳୟର NMDC, BHEL, MECON, କିଛି ସରକାରୀ ବ୍ୟାଙ୍କ ଓ
ଅନ୍ୟାନ୍ୟ ରୁଣ ପ୍ରଦାନକାରୀ ସଂସ୍ଥା ସହିତ ଓଡ଼ିଶା ସରକାରଙ୍କର IPICOL ଓ OMC ର ଯୌଥ ସହଯୋଗରେ ପ୍ରତିଷ୍ଠିତ ଏହି ସଂସ୍ଥା ୨୦୦୨ ମସିହା ଠାରୁ ଉତ୍ପାଦନ ଆରମ୍ଭ କରି ଏପର୍ଯ୍ୟନ୍ତ ସର୍ବଧିକ ପିଗ ‘ଆଇରନ ଉତ୍ପାଦନକାରୀ ସଂସ୍ଥା ଭାବରେ ଖ୍ୟାତି ଲାଭ କରିଥିଲା। ଏହା ବାଦ NINL 110 ମିଲିଅନ ଟନ୍‌ ଲୁହାପଥର ଖଣି, ୨ ୫୦୦ ଏକର. ନିର୍ବିବାଦୀୟ ଜମି ଓ ୫୦ ବର୍ଷିଆ ଖଣି ଲିଜ ମଧ୍ୟ ଏହାର ଉତ୍ପାଦନକୁ ବର୍ତ୍ତମାନର କ୍ଷମତା 1,1MT ରୁ 10MT ରେ ପହଞ୍ଚାଇବାକୁ ସକ୍ଷମ । କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ନିଷ୍ପତି ଓ ରାଜ୍ୟ ସରକାରଙ୍କ ସହମତିରେ ଏହାର 100% ଅର୍ଥାତ ପରୋକ୍ଷରେ ଘରୋଇକରଣ ନିଷ୍ପତି ନିଆଯାଇଛି । ଏହା ଦ୍ଵାରା ସମସ୍ତ ଛୋଟ ବଡ଼ ଅର୍ଥଲଗାଣକାରୀ ସଂସ୍ଥା ଏହି କାରଖାନାକୁ ଚଳେଇବାପାଇଁ ଆବଶ୍ୟକ ପୁଞ୍ଜିଲଗାଣ ବନ୍ଦ କରିଦେଇଛନ୍ତି । ଫଳରେ କୋଭିଡ଼ ସମୟରେ କାରଖାନାର ସବୁ ୟୁନିଟ ଗତ ମାର୍ଚ୍ଚରୁ ବନ୍ଦ ହୋଇପଡିଛି। ତେଣୁ କର୍ମଚାରୀ ଓ ଶ୍ରମିକମାନେ ଗତ ୧ ୨ ମାସ ହେବ ବେତନ ତଥା ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୨୫୦ ଜମିହରା ପରିବର ୧ ୦, ୦ ୦ ୦ କର୍ମଚାରୀ ପରିବାର ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସରକାରଙ୍କ ପୁଞ୍ଜି ନିବେଶ ବା ଘରୋଇକରଣ ପଇଁ ୨୫ ଜାନୁଆରୀ ୨୦୨୧ରେ ଇଓଆଇ ପ୍ରସ୍ତାବିତ କରିଛନ୍ତି । ବର୍ତ୍ତମାନର କୋଭିଡ଼ ସ୍ଥିତି ଦେଖିଲେ ଘରୋଇ ଉତ୍ପାଦନ କାରୀ ଉତ ଏୟାଦନ କାଟା ଶିଳ୍ପ ମାନେ DIPAM ମାଧ୍ୟମରେ NINL ର ତ୍ୱଇରିତ ଘରୋଇ କରଣ ପାଇଁ ଆଗ୍ରହ ଦେଖାଇବା ଏକ ସମୟ ସାପେକ୍ଷ ବିଷୟ ରୂପେ ପ୍ରତିତ ହେଉଛି । ଅନ୍ୟ ଏକ ଆଶ୍ଵସନର ବିଷୟ ଯେ କେନ୍ଦ୍ର ସରକାର NINL କୁ ତା ନିଜସ୍ଵ ଖଣିରୁ ୫୦ ପ୍ରତିସତ ବା ୧୦ ଲକ୍ଷ ଟନ୍ ବାର୍ଷିକ ଲୁହା ପଥର ଉତ୍ତୋଳନ କରି ବକେୟା ଦରମା ଓ ଅନ୍ୟାନ୍ୟ ଉତା ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ଯଦି ୧୦ ଲକ୍ଷ ଟନ ଲୁହା ପଥରର ମୁଲ୍ୟ କେହି ଅଗ୍ରୀମ ଦିଅନ୍ତେ ଅଥବା ଏହି ନିର୍ଦ୍ଦେଶ ଯଦି କୌଣସି ଏକ ଆଗ୍ରହୀ ରାଷ୍ଟ୍ରାୟତ ଉଦ୍ୟୋଗ SAIL, RINL. NMDC କିମ୍ବା OMC କୁ ଦିଆଯାଉ ବୋଲି ଦାବି କରିଛନ୍ତି। ଏକ ଦୀର୍ଘମିଆଦି ଚୁକ୍ତି ମାଧ୍ୟମରେ କାରଖାନା ଚଳାଇବାର ଉଦ୍ୟମ କରାଗଲେ ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଜୀବୀକା ସୁରକ୍ଷୀତ ରହିପାରନ୍ତା। ଏନେଇ ଉଚ୍ଚସ୍ତରିୟ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଯଦି ୧୫୦/୧୭୫ କୋଟିର ଏକ କର୍ପସ ଫଣ୍ଡ ତୁରନ୍ତ ପ୍ରଦାନ କରନ୍ତେ ତାହା କର୍ମଚାରୀ ମାନଙ୍କର ବକେୟା ଦରମା ଓ ଭତା ବାବଦରେ ପୁଞ୍ଜିନିବେଶ ପର୍ଯ୍ୟନ୍ତ ବିନିଯୋଗ ହୋଇ ପାରନ୍ତା । ନୀଳାଚଳ ଇସ୍ପାତ ର ସମସ୍ତ କର୍ମଚାରୀ ଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ସବିନୟ ଅନୁରୋଧ କରୁଛନ୍ତି କି ସେମାନେ ଘରୋଇ କରଣ ବା ବି ନିବେଷ ପ୍ରସ୍ତାବର ପୁଞ୍ଜି ବିଚାର କରି NINL ର ଅନ୍ୟ କୌଣସି ଇସ୍ପାତ ଉତ୍ପାଦନକାରୀ ଅଭିଜ୍ଞତା ଥିବା ସରକାରୀ ଉଦ୍ୟୋଗ ସହ ମିଶ୍ରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ । MMTC ପ୍ରତ୍ୟାହାର କରିଥିବ । ୪୯. ୭ ୮ ଅଂଶଧନ ଯଦି ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ବୃୟ କରିନେବେ ତେବେ NINL ତାର ସରକାରୀ ଉଦ୍ୟୋଗ ମାନ୍ୟତା ବଜାଇ ରଖି ଉତ୍ପାଦନକ୍ଷମ ହୋଇ ପାରିବ ।
ବର୍ତ୍ତମାନ ପରିସ୍ଥିତିରେ କର୍ମଚାରୀଙ୍କ ସାମାଜିକ, ମାନସିକ, ଆର୍ଥିକ ସ୍ଥିତିକୁ ବିଚାର କରି ଅବିଳମ୍ବେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Mo sapath

Leave A Reply

Your email address will not be published.