Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଓକିଲ ସଂଘ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୭/୦୨ ଭୁବନେଶ୍ୱର ଓକିଲ ସଂଘ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନ ଦିବସରେ ଉଦ୍‌ଘାଟକଭାବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ଦୌରାଜଜ୍ ଜଷ୍ଟିସ ଲୋକନାଥ ମହାପାତ୍ର, ସାଂସଦ ସୁଜି କୁମାର, ସିନେ ସମୀକ୍ଷକ ଦିଲୀପ ହାଲିଙ୍କ ସମେତ ସଭାପତି ମହମ୍ମଦ ଜିଆ-ଉଲ-ହକ୍, ସମ୍ପାଦକ ରାଜ୍‌ କିଶୋର ଦାସ, ଉପସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ସାହୁ, କୋଷଧ୍ୟକ୍ଷ ଶକ୍ତି ପ୍ରସାଦ ଛୋଟରାୟ, ସହ ସମ୍ପାଦକ ରୋଜାଲିନ ପ୍ରଧାନ ଓ ସାମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କାମଦେବ ତ୍ରିପାଠୀ । ଏହି ଅବସରରେ ପରିଷଦର କର୍ମକର୍ତ୍ତାଙ୍କ ଦ୍ଵାରା ଗତକାଲି ‘ତଥାପି ବଞ୍ଚିଛି’ ମଞ୍ଚସ୍ଥ ହୋଇଥିବା ବେଳେ ଆଜି ନାଟକ ‘ତିତିଲି’ ନାକଟ ମଞ୍ଚସ୍ଥ ହୋଇଛି। ଏହାର ଲେଖକ ହେଉଛନ୍ତି ରଞ୍ଜିତ ପଟ୍ଟନାୟକ ଓ ହର ବାରିକ। ନାଟ୍ୟ ରୂପ ଦେଇଥିଲେ ଧୀରେନ ପ୍ରହରାଜ ଏବଂ ନିର୍ଦ୍ଦେଶନା ସୁଧାଂଶୁ ମୋହନ ପଟ୍ଟନାୟକ ଓ ହରେନ ସୋନି । କନ୍ୟା ହେଉଛି ରତ୍ନ, ଜଣେ ଯୁବତୀ କୁସଂସ୍କାର ଓ ସାମଜାର ନିଜ ନିଜ ସ୍ୱାର୍ଥ କୁ ପୂରଣ କରିବା ପାଇଁ ସମାଜ ଏହି ନିରୀହ ମଣିଷ ମାନଙ୍କୁ ଏମିତି ବଳି ଚଢଉ ଥିବେ ? ସମାଜକୁ ଉତ୍ତମ ଶିକ୍ଷା ଦେବା ସହ କିଛି ଅନ୍ଧ ବିଶ୍ୱାସ ଦୁରିଭୁତ କରିବାକୁ ସଫଳ ପ୍ରୟାସ କରିବାକୁ ନାଟକରେ ଦର୍ଶାଇଛି । ଯାହାକି ଭୁବନେଶ୍ୱର ଓକିଲ ସଂଘ ପରିବେଷଣ କରିଛି। ଏଥିରେ ଅଭିନୟରେ ସଂଗୀତା ପଟ୍ଟନାୟକ, ପିହୁ, ଦିଲ୍ଲୀପ, ପ୍ରଶାନ୍ତ ସାହୁ, ମନୋଜ ବଲିଆର ସିଂ, ବିଶ୍ବଜିତ ଦାସ, ରାଜେଶ୍ବର ପ୍ରଭାତ ଓ ଦେବୀ ପ୍ରମୁଖ ରହିଛନ୍ତି। ଓକିଲ ସଂଘ ନାଟ୍ୟ ଉତ୍ସବର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପାରି ସ୍ବର୍ଗତ କ୍ଷିତିଶ ମିଶ୍ରଙ୍କୁ ଓ ଜର୍ଜ ତିଆଡିଙ୍କୁ ସଂଘ ପକ୍ଷରୁ ସ୍ଵତନ୍ତ୍ର ସାଂମ୍ମାନୀତ କରାଯାଇଥିଲା

Mo sapath

Leave A Reply

Your email address will not be published.