Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍‌ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍‌ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍‌ ସ୍ୱସ୍ତିକ ଓଡ଼ିଶା ଶାଖା କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ରେଡ୍ ସ୍ୱସ୍ତିକ ଓଡ଼ିଶା ଶାଖା ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା (ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଓଡ଼ିଶା ସରକାର) ଯୋଗଦାନ କରି ଅନୁଷ୍ଠାନର ବହୁବିଧ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପୂର୍ବତନ ଆୟକର ସଚିବ ଶ୍ରୀଯୁକ୍ତ ଶରତ କୁମାର ଦାସ ଉପସ୍ଥିତ ରହିବା ସହ ସ୍ୱତନ୍ତ୍ର ଅତିଥି ଭାବରେ ଶ୍ରୀମତୀ ମାନସୀ ସୁନ୍ଦରାୟ ପୂର୍ବତନ କର୍ପୋରେଟର ଓ ଶ୍ରୀଯୁକ୍ତ ସୁରଜିତ୍ ସ୍ୱାଇଁ ପୂର୍ବତନ କର୍ପୋରେଟର ଯୋଗଦାନ କରିଥିଲେ । ରେଡ଼୍ ସ୍ୱସ୍ତିକ ସୋସାଇଟି ଦୀର୍ଘ ୧୯ ବର୍ଷ ଧରି କର୍କଟ ପୀଡ଼ିତ ଓ ଭିନ୍ନକ୍ଷମ ମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରିଆସୁଛି । ତତ୍‌ସହିତ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବା ସହ କର୍କଟ ପୀଡ଼ିତଙ୍କ ଦ୍ୱାର ଦେଶରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏକ ମୋବାଇଲ ଭ୍ୟାନର ବ୍ୟବସ୍ଥା କରାଯିବା ନେଇ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । “ୟୁ ଆର ନଟ୍ ଏଲୋନ” ନାମରେ ନିଆରା ପ୍ରୟାସ ମାଧ୍ୟମରେ ଦାତବ୍ୟ ଭାବରେ ସଂଗୃହୀତ ଅର୍ଥକୁ ପୀଡ଼ିତଙ୍କୁ ଚିହ୍ନଟ ଓ ତାଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଜୁରୀ କମିଟି ଗଠନ କରାଯାଇଛି । ଏହି କମିଟିର ସଦସ୍ୟ ଭାବରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ), ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଚାଟାର୍ଟ ଆକାଉଣ୍ଟାଣ୍ଟ ଏସ୍‌.ସି. ଭଦ୍ରା, ଡ଼କ୍ଟର ଚିନ୍ମୟ ପାଣି (ଅଙ୍କୋଲୋଜିଷ୍ଟ), ଡ଼କ୍ଟର ସ୍ମରଜିତ୍ ପଟ୍ଟନାୟକ (ଅସ୍ଥିଶଲ୍ୟ ବିଶେଷଜ୍ଞ), ଶ୍ରୀ ବିଜୟ ଆଚାର୍ଯ୍ୟ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି । ଏହି କାର୍ଯ୍ୟକ୍ରମକୁ ରେଡ୍‌଼ ସ୍ୱସ୍ତିକର ସମ୍ପାଦକ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍‌ସର ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ । ପରିଶେଷରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Mo sapath

Leave A Reply

Your email address will not be published.