ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍ ସ୍ୱସ୍ତିକ ଓଡ଼ିଶା ଶାଖା କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ରେଡ୍ ସ୍ୱସ୍ତିକ ଓଡ଼ିଶା ଶାଖା ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା (ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଓଡ଼ିଶା ସରକାର) ଯୋଗଦାନ କରି ଅନୁଷ୍ଠାନର ବହୁବିଧ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପୂର୍ବତନ ଆୟକର ସଚିବ ଶ୍ରୀଯୁକ୍ତ ଶରତ କୁମାର ଦାସ ଉପସ୍ଥିତ ରହିବା ସହ ସ୍ୱତନ୍ତ୍ର ଅତିଥି ଭାବରେ ଶ୍ରୀମତୀ ମାନସୀ ସୁନ୍ଦରାୟ ପୂର୍ବତନ କର୍ପୋରେଟର ଓ ଶ୍ରୀଯୁକ୍ତ ସୁରଜିତ୍ ସ୍ୱାଇଁ ପୂର୍ବତନ କର୍ପୋରେଟର ଯୋଗଦାନ କରିଥିଲେ । ରେଡ଼୍ ସ୍ୱସ୍ତିକ ସୋସାଇଟି ଦୀର୍ଘ ୧୯ ବର୍ଷ ଧରି କର୍କଟ ପୀଡ଼ିତ ଓ ଭିନ୍ନକ୍ଷମ ମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରିଆସୁଛି । ତତ୍ସହିତ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବା ସହ କର୍କଟ ପୀଡ଼ିତଙ୍କ ଦ୍ୱାର ଦେଶରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏକ ମୋବାଇଲ ଭ୍ୟାନର ବ୍ୟବସ୍ଥା କରାଯିବା ନେଇ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । “ୟୁ ଆର ନଟ୍ ଏଲୋନ” ନାମରେ ନିଆରା ପ୍ରୟାସ ମାଧ୍ୟମରେ ଦାତବ୍ୟ ଭାବରେ ସଂଗୃହୀତ ଅର୍ଥକୁ ପୀଡ଼ିତଙ୍କୁ ଚିହ୍ନଟ ଓ ତାଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଜୁରୀ କମିଟି ଗଠନ କରାଯାଇଛି । ଏହି କମିଟିର ସଦସ୍ୟ ଭାବରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ), ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଚାଟାର୍ଟ ଆକାଉଣ୍ଟାଣ୍ଟ ଏସ୍.ସି. ଭଦ୍ରା, ଡ଼କ୍ଟର ଚିନ୍ମୟ ପାଣି (ଅଙ୍କୋଲୋଜିଷ୍ଟ), ଡ଼କ୍ଟର ସ୍ମରଜିତ୍ ପଟ୍ଟନାୟକ (ଅସ୍ଥିଶଲ୍ୟ ବିଶେଷଜ୍ଞ), ଶ୍ରୀ ବିଜୟ ଆଚାର୍ଯ୍ୟ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକର ସମ୍ପାଦକ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍ସର ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ । ପରିଶେଷରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post