Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

0

ଭୁବନେଶ୍ୱର,ନିରପେକ୍ଷ ଖବର ତା ୨୫.୦୨ – କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ମହିଳାଙ୍କ ସମେତ ଗରୀବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି । ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲର ସାମାନ୍ୟ ଦର ବୃଦ୍ଧି ହେଲେ ମନମୋହନ ସିଂହ ସରକାରଙ୍କୁ ଅତି କଦର୍ଯ୍ୟ ଭାଷାରେ ତିରସ୍କାର କରୁଥିଲେ ଏବଂ ସେ ସରକାରକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଦର କମେଇ ଦେବେ । ମାତ୍ର ମୋଦିଙ୍କ ଆଚ୍ଛାଦିନର ସ୍ୱପ୍ନ ଆଜିର ପେଟ୍ରୋଲ ଓ ଡିଜେଲ ଦରରେ ପ୍ରତିଫଳିତ । ୨୦୧୪ ମସିହାରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ୧୨୦ ଡଲାର ଥିବା ବେଳେ ମନମୋହନ ସିଂହ ସରକାର ପେଟ୍ରୋଲ ଦର ୭୦ ଟଙ୍କା ଓ ଡିଜେଲ ଦର ୫୫ ଟଙ୍କାରେ ଦେବାକୁ ସମର୍ଥ ହୋଇଥିଲେ । ମାତ୍ର ଆଜି ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । ଏବେ ଛତିଶଗଡ ସରକାର, ପଶ୍ଚିମବଂଗ ସରକାର ପ୍ରଭୃତି ରାଜ୍ୟ ଟ୍ୟାକ୍ସ ଆଖିଦୃଶିଆ ଭାବେ କମାଇଥିବା ବେଳେ ନବୀନ ପଟ୍ଟନାୟକ ସରକାର କାହିଁକି ଏ ବାବଦରେ ନିଷ୍ପତି ନେଉନାହାନ୍ତି । ସେହିପରି କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୋଦି ସରକାରଙ୍କ ପ୍ରୋତ୍ସାହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅବିବୃଦ୍ଧି ଘଟିଛି । କିନ୍ତୁ ସେହି ଅନୁପାତରେ ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ ଅର୍ଥନୀତିରୂପେ ପରିଗଣିତ ହେଉଛି । ଏହି ସମୟରେ ଲୋକଙ୍କର ରୋଜଗାର ଅତି ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଠିକ୍ ସେହି ସମୟରେ ପ୍ରତି ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦି ସରକାର ଓ ନବୀନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ଦାସ, ରଶ୍ମି ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ଶୈଳବାଳା ଜେନା, ଅଶୋକ ଦାସ, ନିରୁପମା ଦାସ, ନିରୁପମା ପାତ୍ର, ସ୍ମୃତିରେଖା ପହି, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କନକଲତା ମଲିକ, ଚୈତାଳି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରିୟା ସମ୍ବେଦନା, ରିତାଶ୍ରୀ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ଅନ୍ନପୁର୍ଣ୍ଣା ସାହୁ, ଶୋଭାସିଂ, ମୁନି ଥାପା, ଇସ୍‌ରତ ଜୱାର, ଚାରୁଲତା ସାହୁ, ଶ୍ରୀୟା ପଣ୍ଡା, ସୁପ୍ରିୟା ସେନାପତି, କିରଣ ମହାନ୍ତି, ଗାୟତ୍ରୀ ଶର୍ମା, ଅଶୋକ ସାହୁ, ରଜନୀ ମହାନ୍ତି, ଶତ୍ରୁଘନ ବେହେରା, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ ଓ ଦେବରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Mo sapath

Leave A Reply

Your email address will not be published.