ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୨/୨୦୨୧: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଉ ଏକ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଛି। ରାଜ୍ୟରେ ପାଦ ଥାପିଛି ନବଭାରତ ନିର୍ମାଣ ସେବା ପାର୍ଟି (ଏନ୍ ବି ଏନ୍ ଏସ୍ ପି )। ଏନେଇ ଭୁବନେଶ୍ୱରସ୍ଥିତ ସାମନ୍ତ୍ରାପୁର ଠାରେ ନବଭାରତ ପାର୍ଟିର ପ୍ରଥମ ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳର ଜାତୀୟ ସଭାପତି ବୋମାଲି କାନ୍ତାରାଓ ଅଧ୍ୟକ୍ଷତା କରିଥିଲେ। ଦଳର ଜାତୀୟ ସାଧାରଣ ସମ୍ପାଦକ ସୁଧିର କୁମାର ଚୋୖଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଇନ୍ ଉପଦେଷ୍ଟା ପ୍ରଦୀପ କୁମାର ଦାସ ଯୋଗ ଦେଇଥିଲେ। ଏଥିରେ ଦଳର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ଓଡିଶା ପ୍ରଦେଶରେ ଏକ ନୂତନ ଦଳ ଭାବରେ ଏହାର ଆଭିମୁଖ୍ୟ ଅନ୍ୟ ଦଳମାନଙ୍କ ଠାରୁ ଅଲଗା ରହିବା ସହ ସାଧାରଣ ଲୋକଙ୍କ ସ୍ୱରକୁ ଜାତୀୟ ସ୍ତରରେ ପହଂଚାଇବା ( ମୁଁ ନୁହେଁ ଆମେ ) ର ସାମଗ୍ରିକ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବକ୍ତାମାନେ କହିଥିଲେ। ଜଳ ,ଜମି, ଜଙ୍ଗଲ ଓ ଯୁବ ମାନଙ୍କ ସମସ୍ୟାର ସମାଧାନ ଦିଗରେ ନବଭାରତ ନିର୍ମାଣ ସେବା ପାର୍ଟି ନୂତନ ଭାରତ ପ୍ରତିଷ୍ଠା ପାଇଁ ସ୍ୱପ୍ନ ରଖିଥିବା କଥା କହିଥିଲେ। ଆଗାମୀ ଦିନରେ ଦଳ ନିଜର କର୍ମୀ ଗ୍ରାମ୍ୟ, ରାଜ୍ୟ ଓ ଜାତୀୟ ସ୍ତରର ପର୍ଯ୍ୟନ୍ତ ପ୍ରସ୍ତୁତ କରିବ। ଉକ୍ତ ଵ୍ୟକ୍ତି ମାନଙ୍କୁ ଦଳର କର୍ମକର୍ତ୍ତା ଭାବେ ଚୟନ କରାଗଲା।
କର୍ମକର୍ତା:– ଓ—ପଦବୀ:
——————-/———-
୧-ଶ୍ରୀ ଵୋମାଲି କାନ୍ତା ରାଓ—ଜାତୀୟ ସଭାପତି
୨-ଶ୍ରୀ ସୁଧୀର କୁମାର ଚୋୖଧୁରୀ—ଜାତୀୟ ସାଧାରଣ ସମ୍ପାଦକ
୩-ଶ୍ରୀ ପ୍ରଦୀପ କୁମାର ଦାସ—ଆଇନ୍ ଉପଦେଷ୍ଟା
୪-ଶ୍ରୀ କେ ଏସ୍ ମହାପାତ୍ର—ଓଡିଶା ରାଜ୍ୟ ସଭାପତି
୫-ଶ୍ରୀ ପ୍ରକାଶ କୁମାର ସ୍ୱାଇଁ—ଜାତୀୟ ପ୍ରବକ୍ତା
୬-ଶ୍ରୀ ସଂଜୟ କୁମାର ମହାନ୍ତି—ଓଡ଼ିଶା ରାଜ୍ୟ ସଂମ୍ପାଦକ
୭-ଶ୍ରୀ ଭାରତ ଚନ୍ଦ୍ର ଲେଙ୍କା—ଆଇ,ଟି,ସେଲ୍ ଅଧ୍ୟକ୍ଷ
୮-ଶ୍ରୀ ଫରିଜ୍ ଖାନ୍—ରାଜ୍ୟ ପଞ୍ଚାୟତ ପ୍ରତିନିଧି ଅଧ୍ୟକ୍ଷ
୯- ଶ୍ରୀ ପ୍ରଶାନ୍ତ କୁମାର କର୍ଣ୍ଣ—ବୌଧ ଜିଲ୍ଲା ସଭାପତି
୧୦-ଶ୍ରୀ ଅନୁବ୍ରତ ବାରା—ଜାତୀୟ ସଂପାଦକ ତଥା ମେଡିଆ ସେଲ୍
୧୧-ଶ୍ରୀ ଦିବ୍ୟଲୋଚନ କର୍ଣ୍ଣ–ବୌଧ ଜିଲ୍ଲା ସଂପାଦକ
୧୨-ଶ୍ରୀ ସୁରେଶ ପରିଜା—ଗଜପତି ଜିଲ୍ଲା ସଭାପତି
୧୩-ଶ୍ରୀମତୀ ଚିତ୍ରା ରାଣୀ ପାତ୍ର—ଓଡିଶା ରାଜ୍ୟ ମହିଳା ସଭାନେତ୍ରୀ
୧୪-ଶ୍ରୀ ଗିରିଧାରୀ ପ୍ରସାଦ ନାୟକ—ଓଡ଼ିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି
Sign in
Sign in
Recover your password.
A password will be e-mailed to you.
[pj-news-ticker]