ବାରିପଦା(ନିରପେକ୍ଷ ଖବର)ତା-୦୫/୦୭-ନଦୀବନ୍ଧରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି।ଏହି ଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକର ଡୁକୁରା ଗ୍ରାମରେ।ରବିବାର ମଧ୍ୟାହ୍ନ ସମୟରେ ଘର ନିକଟରେ ଥିବା ଏକ ନଦୀବନ୍ଧରେ ଗାଧୋଇବା ପାଇଁ ଯାଇଥିଲେ।ସେଠାରେ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।ଏହା ଘଟଣା ବାବଦରେ ଜାଣିବା ପରେ ତାଙ୍କ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ଡୁକୁରା ଗ୍ରାମର ଅଶୋକ ବ୍ରହ୍ମଙ୍କ ପୁଅ ସୁଭମ କୁମାର ବ୍ରହ୍ମ (୧୯)।ସେ ବାରିପଦା ସ୍ଥିତ ମହାରାଜା ପୂର୍ଣଚନ୍ଦ୍ର ସୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ଛାତ୍ର ଥିଲେ । ଆଜି ମଧ୍ୟାହ୍ନରେ ଅନ୍ୟ ତିନି ଜଣ ସାଙ୍ଗ ମାନଙ୍କ ସହିତ ନିକଟସ୍ଥ ଅରିକୂଳ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ କିନ୍ତୁ ଗାଧୋଇବା ସମୟରେ ପାଣିରେ ନିଖୋଜ ହୋଇଯାଇଥିଲେ ।ଏହା ଦେଖି ଅନ୍ୟ ସାଙ୍ଗମାନେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଲୋକେ ବନ୍ଧ କଡ଼ରେ ପହଁଚିଥିବା ବେଳେ ଲକ୍ଷ୍ମଣାସାହି ପଞ୍ଚାୟତର ଯୁବ ସରପଞ୍ଚ ଶିବ ସିଂ ସାହସିକତାର ସହିତ ପାଣିରେ ବୁଡି ସୁଭମଙ୍କୁ ଠାବ କରିଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସୁଭମକୁ ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।କିନ୍ତୁ ସେଠାରେ ଡାକ୍ତର ସୁଭମକୁ ମୃତ ଘୋଷଣା କରିଥିଲେ । ଏନେଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched