ଭଦ୍ରକ(ନିରପେକ୍ଷ ଖବର),ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତ ସ୍ଥିତ ମଥୁରାପୁର କେନାଲ ଆଡ଼ିରେ ବାଘ ଆତଙ୍କ। ମଙ୍ଗଳବାର ସକାଳେ ଦୁଇଟି ବାଘ ମଥୁରାପୁର କେନାଲ ଆଡ଼ିରେ ବୁଲୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଖବରପାଇ ବନବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଁଚି ଦୁଇଟି ବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। କେନାଲ ଆଡ଼ିରେ ବୁଲୁଥିବା ବାଘ ଦୁଇଟି ସମ୍ପର୍କରେ ଏ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଭଦ୍ରକରେ କୌଣସି ବଡ଼ ଜଙ୍ଗଲ ନଥିବା ବେଳେ ଏଠାକୁ କେମିତି ବାଘ ଆସିଲା ତା ଏବେ ସମଗ୍ର ଜିଲ୍ଲା ପାଇଁ ଚିନ୍ତାର ବିଷୟ ପାଲଟିଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post