[pj-news-ticker]

ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ କଁ ସୁନାବେଶ…

ଆଡ଼ପମଣ୍ଡପରେ ପ୍ରଭୁମାନଙ୍କ ସୁନାବେଶ ଦର୍ଶନ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ ..

0

ବାରିପଦା,ନିରପେକ୍ଷ ଖବର :୧୨,ଜୁଲାଇ,୨୦୧୯(ଶୁକ୍ରବାର): ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଶ୍ରୀଶ୍ରୀ ହରିବଳଦେଵ ଜୀଉ କଁ ମାଉସୀ ମା’ ମନ୍ଦିରରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୁରତି ଆଡ଼ପମଣ୍ଡପ ବେଦିରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କଥିତ ଅଛି ଆଜିର ଦିନରେ ଆଡ଼ପମଣ୍ଡପରେ ପ୍ରଭୁମାନଙ୍କ ସୁନାବେଶ ଦର୍ଶନ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ । ଏବେ ମଧ୍ୟ ଜନମାନସ ମଧ୍ୟରେ ବିଶ୍ୱାସ ରହିଛି ତାହା ଆଜି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ରେ ପରିଲକ୍ଷିତ ହୋଇଛି। ସୁନାବେଶ କାର୍ଯ୍ୟକ୍ରମ ପରେ ଅପରାହ୍ନ ସମୟରେ ଚତୁର୍ଦ୍ଧା ମୁରୁତି ମାନଙ୍କୁ ବାହୁଡ଼ା ପହଣ୍ଡି କରି ରଥାରୂଢ଼ କରାଯିବ। ପରେ ଶନିବାର ଓ ରବିବାର ଦୁଇ ଦିନ ଧରି ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେବ ପରମ୍ପରା ରହିଛି।

Leave A Reply

Your email address will not be published.