Blank space
Blank space
Breaking News/ମୁଖ୍ୟ ଖବର:
ସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଶହୀଦ ହେଲେ ରାଇରଙ୍ଗପୁର ମାଟିର ପୁଅ

0

ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ‌ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଥିଲାଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ରେ ସଂଘଟିତ ରାତିଅଧିଆ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତର ୨୦ ଯବାନ।ସେଥିରେ ୨ଜଣ ଓଡ଼ିଆ ଯବାନ ଶହୀଦ ଥିବା ଜଣାପଡ଼ିଛି।ତେବେ ଏହି ଶହୀଦ ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ।ବୁଧବାର ସକାଳେ ଏହି ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଶହୀଦ ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲାର ବିଜିତଳା ବ୍ଲକ ଅନ୍ତର୍ଗତ ବଡ଼ଚମ୍ପାଉଦା ଗ୍ରାମରେ। ସ୍ୱର୍ଗତ କାହ୍ନୁ ମାଝୀଙ୍କର ଚତୁର୍ଥ ପୁତ୍ର ଥିଲେ ଶହୀଦ ନନ୍ଦୁରାମ। ତାଙ୍କର ସପରିବାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମରେ ଭଡ଼ାରେ ରହୁଛନ୍ତି ।ସେ ଇଣ୍ଡିଆନ ଆର୍ମିରେ ୧୯୯୭ ମସିହାରେ ବିହାର ରାଜ୍ୟ ୧୬ନମ୍ବର ରେଜିମେଣ୍ଟରେ ସେନା ବାହିନୀରେ ଯୋଗଦେଇଥିଲେ।ଦୀର୍ଘ ୨୩ ବର୍ଷ ଧରି କାର୍ଯ୍ୟ କରୁଥିଲେ।ସେ ଜୁନିୟର କମାଣ୍ଡିଙ୍ଗ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଶହୀଦ ନନ୍ଦୁରାମଙ୍କ ବୟସ ୪୩ ବର୍ଷ ହୋଇଥିବା ଜଣାପଡିଛି। ଶହୀଦ ନନ୍ଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ ତାଙ୍କର ୩ କନ୍ୟା ଗଣେଶ୍ବରୀ(୧୪), ମାନସୀ(୧୧) ଓ ସୋନାଲି(୦୫) ଅଛନ୍ତି।ଗତ ଫେବୃୟାରୀରେ ସେ ଘରକୁ ଆସିଥିବା ବେଳେ ଏପ୍ରିଲରେ କାର୍ଯ୍ୟକ୍ଷେତ୍ରକୁ ଫେରିଯାଇଥିଲେସେ ଶହୀଦ ହୋଇଥିବା ନେଇ ଖବର ମିଳିବା ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।ଶୋକ ସନ୍ତୋପ୍ତ ପରିବାରକୁ ବିଜୁ ଜନତା ଦଳ ପକ୍ଷରୁ ଭେଟି ସମବେଦନା ଜଣାଇଥିଲେ।ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମ,ପୂର୍ବତନ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି,ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା,ସୁବ୍ରତ ଛାଟୋଇ,ପ୍ରକାଶ ମହାନ୍ତି,ଜେମାମଣି ଶୁଣ୍ଢି,ଗଣେଶ ମିଶ୍ର ପ୍ରମୁଖ ଶହୀଦ ପରିବାରକୁ ଭେଟିଥିଲେ।ଶହୀଦ ହେବାର ଖବର ପ୍ରସାରିତ ହେବା ପରେ ଗ୍ରାମ ସମେତ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା।

Mo sapath

Leave A Reply

Your email address will not be published.