Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ବାପା-ମାଆ ଛେଉଣ୍ଡ ପିଲାଙ୍କ ମଧ୍ୟରେ ନୂତନ ବର୍ଷ ପାଳିଲେ ହେଲପିଙ୍ଗ୍ ଫ୍ୟାମିଲି…

0

ବାରିପଦା (ନିରପେକ୍ଷ ଖବର) ତା ୨/ଜାନୁଆରୀ/୨୦୧୯-ନୂଆ ବର୍ଷ ୨୦୨୦ର ପ୍ରଥମ ଦିନକୁ ସ୍ମରଣୀୟ ରଖିବା ପାଇଁ ‘ହେଲପିଙ୍ଗ ଫ୍ୟାମିଲି ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ନୂତନ ବର୍ଷର ପ୍ରଥମ ଦିନଟିକୁ ପାଳନ କରିଛି । ସ୍ଥାନୀୟ ତଖତପୁର ସ୍ଥିତ ‘ଆଦୃତା ଶିଶୁ ସଦନ’ରେ ଥିବା ବାପ-ମାଆ ଛେଉଣ୍ଡ ପିଲାମାନଙ୍କ ସହ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମୟ ଅତିବାହିତ କରିବା ସହ ପିଲାମାନଙ୍କ ସହ କେକ୍ କାଟି ଭୋଜିଭାତ ଖାଇ ନାଚଗୀତ କରି ଏକ ନିଆରା ଅନୁଭୂତି ସାଉଁଟିଛନ୍ତି ଛାତ୍ର ଛାତ୍ରୀ । ଏହା ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ସାଧାରଣ ଜ୍ଞାନ, ମ୍ୟୁଜିକ୍ ଚେୟାର, ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା । ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ‘ହେଲପିଙ୍ଗ ଫ୍ୟାମିଲି ’ ଅନୁଷ୍ଠାନ ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଓ ସ୍ୱଚ୍ଛତା ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଲଳିତ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ‘ଆଦୃତା ଶିଶୁ ସଦନ’ ପହି ନୂଆ ବର୍ଷର ନୂଆ ଅନୁଭୂତି ସାଉିଛନ୍ତି ।

Advertising:
Blank space

ଏହି ଅବସରରେ ସନ୍ଧ୍ୟାରେ ଯୁବ ସମାଜସେବୀ ତଥା ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ଯୁବକ ସୁବ୍ରତ କୁମାର ଦାସଙ୍କ ସଭାପତିତ୍ୱରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରମେୟ ଦୈନିକ ସମ୍ବାଦପତ୍ରର ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭବିଷ୍ୟତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପ୍ରତ୍ୟେକ ଦିନ ଇତିହାସ ସୃଷ୍ଟି କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବରେ ‘ଆଦୃତା ଶିଶୁ ସଦନ’ର ଅଧ୍ୟକ୍ଷ କୁନିଲତା ଦାସ, ଯୁବ ସାମ୍ବାଦିକ ବିଶ୍ୱଜିତ୍ ଭୂୟାଁ, ଅମ୍ରିତ କୁମାର ସିଂ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ସୁନୀତା ମାରାଣ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଶ୍ରୁତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ କୁମାର ଘୋଷ, ଅଭିନାଶ ବେହେରା, ତାପସ ମହାନ୍ତ, ଗୌରାଙ୍ଗ ଦାସ, ଦିନେଶ ଦାସ, ସୁବାଶିଷ ଧିର, ରାଜୁ ସିଂ, ସୁବାଶିଷ କଟିଆ, ଅନାମିକା ପରିଡ଼ା, ସାଇପ୍ରଜ୍ଞା ବେହେରା, ବିଶ୍ୱ ଭୂଷଣ ହରିଶ୍ଚନ୍ଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଶୁବାଶିଷ ବେହେରା, ମୁନା ଦ, ସତ୍ୟ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.