ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିବାରୁ ଡ୍ରାଇଭର ଟ୍ରେନଟିକୁ ଅଟକାଇ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ।ଡ୍ରାଇଭରଙ୍କ ଏଭଳି ମାନବିକତା ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ମଙ୍ଗଳବାର ରାତି ୩.୧୫ ମିନିଟି ସମୟରେ ଭଂଜପୁରରୁ ବାଲେଶ୍ୱର ଯାଉଥିଲା ଟ୍ରେନ। ଏହି ସମୟରେ ଟ୍ରେନ ତଳେ ପଡିଯାଇ ଥିଲେ ଜଣେ ବ୍ଯକ୍ତି ତାଙ୍କର ଦୁଇଟି ଗୋଡ଼ କଟି ଜିିବାରୁ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଛନ୍ତି। ଗୁରୁତର ବ୍ଯକ୍ତି ଜଣକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନଥାନା ଅଧୀନ ଭୁଗୁଡ଼ାକଟା ଅଞ୍ଚଳର ଚିତ୍ତରଞ୍ଜନ ହାତୀ ବୋଲି ଜଣାପଡିଛି। ତେବେ ଟ୍ରେନ୍ ବାରିପଦା ପହଞ୍ଚିବା ପୂର୍ବରୁ ବାଘଡ଼ା ରୋଡ ନିକଟସ୍ଥ ଏହି ଦୁର୍ଘଟଣା ଘଟିଥିଲେ। ଫଳରେ ଟ୍ରେନ୍ ଚକା ତଳେ ତାଙ୍କର ଦୁଇ ଗୋଡ ରହିଯାଇଥିଲା। ଗୁରୁତର ଅବସ୍ଥାରେ ବ୍ଯକ୍ତି ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]