Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଅସୁରକ୍ଷିତ ହୋଇପଡ଼ିଛି ବାରିପଦା ସହର…..

ମଝି ରାସ୍ତାରେ ଚାଲିଛି ବେଆଇନ ଗାଡି ପାର୍କିଙ୍ଗ....

0

ବାରିପଦା(ନିରପେକ୍ଷ ଖବର)ତା-୬/ଅଗଷ୍ଟ/୨୦୧୯-ବାରିପଦା ସହରରେ ଦିନକୁ ଦିନ ଲୁଟ,ଡକାୟତି, ଦୁର୍ଘଟଣା ଆଦି ବଢ଼ିବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡ଼ିଲାଣି। ଏପରି କି ରାସ୍ତା ମଝିରେ ଯାହାର ଯେଉଁଠି ମନ ହେଉଛି, ସିଏ ସେଠି ଗାଡି ଛିଡା କରିଦେଉଛି। ସତେ ଯେମିତି ଏ ସହର ପାଇଁ ଟ୍ରାଫିକ ନିୟମ କିଛି ନାହିଁ। ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ବାରିପଦା ସହର। ଏହି ସହରରେ ଜନସଂଖ୍ୟା ୨ଲକ୍ଷକୁ ଟପିବାକୁ ବସିଲାଣି । ହେଲେ ସହରରେ ସୁରକ୍ଷା କର୍ମୀ ଖୋଜିଲେ ମିଳୁ ନାହାନ୍ତି। ଏତେ ବଡ ସହର ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମାତ୍ର ୧୩ ଜଣ ଟ୍ରାଫିକ ପୁଲିସଙ୍କୁ ମୁତୟନ କରାଯାଇଛି। ଏହି ୧୩ ଜଣ ସୁରକ୍ଷା କର୍ମୀଙ୍କ ମଧ୍ୟରୁ କେହି ଯଦି ଛୁଟିରେ ରହିଗଲେ ତାହା ହେଲେ କଥା ସରିଲା। ତେଣୁ ଦିନେ ଦିନେ ସହରରେ ଟ୍ରାଫିକ ପୁରା ଫୁଙ୍ଗୁଳା ହୋଇ ରହୁଥିବା ଦେଖିବାକୁ ମିଳୁଛି। ସବୁଠୁଁ ବଡ଼ କଥା ହେଲା, ବାରିପଦା ଟାଉନ ଥାନାରେ ବି ଆବଶ୍ୟକ ଅନୁଯାଇ ସୁରକ୍ଷା କର୍ମୀ ନ ଥିବା ବେଳେ ଥାନାରେ ଗୋଟିଏ ମାତ୍ର ପେଟ୍ରୋଲିଂ ଗାଡି ରହିଛି। ଏକା ସାଙ୍ଗରେ ଯଦି ସହର ଦୁଇଟି ସ୍ଥାନରେ କିଛି ଅଘଟଣ ଘଟିଲା ତା ହେଲେ କଥା ସରିଲା। ସହର ଭିତରେ ଅପରାଧ ଘଟାଇ ଜଣେ ଅପରାଧୀ ଅନାୟାସରେ ଖସି ଯାଉଛି। ତଥାପି ପ୍ରଶାସନ ନିରବଦ୍ରଷ୍ଟା ସାଜୁଛି।ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହର ଜିଲ୍ଲାର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ମୟୁରଭଞ୍ଜକୁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମା ଲାଗିରହିଛି। ଫଳରେ ପଡୋଶୀ ରାଜ୍ୟରୁ ଅନୁପ୍ରବେଶକାରୀମାନେ ଏଠାକୁ ଆସି ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଉ ନାହିଁ। ସେପଟେ ସହରରେ ଲୋକସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୋଟର ଯାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବଡ଼ ବଡ଼ ସପିଂ ମଲ ଓ ଦୋକାନୀମାନେ ରାସ୍ତାକୁ ମାଡି ଦୋକାନର ପସରା ମେଲାଇଛନ୍ତି। ଫଳରେ ଦୋକାନକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ବାଣ୍ଠିଆ ଜଗନ୍ନାଥ ମନ୍ଦିର ଦେଇ ଯାଇଥିବା ମେଡିକାଲ ରାସ୍ତା,ବାରିପଦା ବଜ଼ାର ଦେଇ ଯାଇଥିବା ରାସ୍ତା,ରକ୍ସି ରୋଡ଼ ଆଦି ରାସ୍ତାରେ ବହୁ ପରିମାଣର ଭିଡ ପରିଲକ୍ଷିତ ହଉଛି। ଏ ସବୁର କାରଣ ହେଇଛି ଦୋକାନ ଓ ମଲ ମାନଙ୍କ ରାସ୍ତା ଉପରେ କରୁଥିବା ବେଆଇନ ପାର୍କିଂ। ବାରିପଦା ପୌରପାଳିକକୁ ପାର୍କିଂ ସ୍ଥାନ ଦେଖାଇ ଏମାନେ ଅନୁମତି ଆଣୁଛନ୍ତି। ହେଲେ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ଫଳର ସାଧାରଣ ଜନତା ସହିତ ଆମ୍ବୁଲାନ୍ସ ଯିବାଆସିବାରେ ମଧ୍ୟ ବହୁତ ଅସୁବିଧା ହେଉଛି। ସରକାରୀ ନିୟମକୁ ବଡ଼ ବଡ଼ ଦୋକାନ ଓ ମଲ ମାଲିକମାନେ ଦଳିଚକଟି ଦେଇ ଚାଲୁଥିବା ବେଳେ ପୁଲିସ ପ୍ରଶାସନ ହାତ ଯୋଡି ବସିଥିବା ଦେଖିବାକୁ ମିଳୁଛି। ଏନେଇ ବାରିପଦା ଏସଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି,ବାରିପଦା ସହରରେ ସୁରକ୍ଷା କର୍ମୀଙ୍କ ଅଭାବ ରହିଛି। ସହରର ବିଭିନ୍ନ ସ୍ଥାନରେ ୩୦ଟି ସିସିଟିଭି ଲଗାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ସହର ମଧ୍ୟରେ ଦୀର୍ଘଦିନ ହେଲା ଏଭଳି ସଙ୍ଗିନ ପରିସ୍ଥିତି ଉପୁଜିଥିବାରୁ ଏହାର ଏକ ସ୍ଥାୟୀ ପ୍ରତିକାର କରିବାକୁ ଦାବି ହେଉଛି। ବେଳ ଥାଉ ଥାଉ ସାବଧାନ ନ ହେଲେ ଆଗକୁ ଆହୁରି ପରିସ୍ଥିତି ଜଟିଳ ରୂପ ଧାରଣ କରିବାର ଆଶଙ୍କା ରହିଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି।

Mo sapath

Leave A Reply

Your email address will not be published.