ଭୁବନେଶ୍ୱର,ନିରପେକ୍ଷ ଖବର: ତା:୧୨/୦୩ ବିଭିନ୍ନ ଜନସମସ୍ୟା ଓ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳର ନେତୃତ୍ୱ ପକ୍ଷରୁ ସୂଚନା ମିଳିଛି। ଦଳ କହିଛି ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ନ ହେଲେ ରାଜ୍ୟ ଜୁଡ଼ା ଧରଣା, ପ୍ରତିବାଦ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଦଳ ଅଭିଯୋଗ କରିଛି ଯେ ସରକାର ଜନସାଧାରଣଙ୍କ ମୂଳ ସମସ୍ୟାଗୁଡ଼ିକୁ ଅବହେଳା କରୁଛନ୍ତି, ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ଏହାର ପ୍ରତିବାଦରେ ଦଳ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ରତର କରିବାକୁ ସଚେତନ କରିଛି।


