ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ବିଜେଡିକୁ ବଡ଼ ଝଟକା। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ।
ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଟୋପି ପିନ୍ଧାଇ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ।

ରବୀନ୍ଦ୍ର ଜେନାଙ୍କ ସହ ବାଲେଶ୍ୱର ଜିଲ୍ଲାର ଅନେକ ଜନପ୍ରତିନିଧି, ସରପଂଚ, ଜିଲ୍ଲା ପରିଷଦ ସଦସ୍ୟ ଓ ବରିଷ୍ଠ ନେତାମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏହି ଯୋଗଦାନ ହୋଇଥିବା କହିଛନ୍ତି ରବୀନ୍ଦ୍ର ଜେନା।

