Blank space
Blank space
Breaking News/ମୁଖ୍ୟ ଖବର:
ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦ
Blank space

ଇସ୍ରୋ/ଏନ୍ଏସ୍ଆଇଏଲ୍ ଦ୍ୱାରା ୩୬ଟି ୱାନ୍ୱେବ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୫/୧୦ ୱାନ୍ୱେବ୍ ପକ୍ଷରୁ ଆଜି ଭାରତର ଶ୍ରୀହରିକୋଟାଠାରେ ସତିଶ ଧୱନ୍ ସ୍ପେଶ୍ ସେଂଟର୍ (ଏସ୍ଡିଏସ୍ସି-ଏସ୍ଏଚ୍ଏଆର୍)ରୁ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୩୬ଟି ସାଟେଲାଇଟ୍ର ସଫଳ ନିୟୋଜନକୁ ନିଶ୍ଚିତ କରାଯାଇଛି । ଇସ୍ରୋ ଓ ଏନ୍ଏସ୍ଆଇଏଲ୍ ଦ୍ୱାରା ଏହି ଉତ୍କ୍ଷେପଣ ଭାରତର ପ୍ରେମିୟର ସ୍ପେଶ୍ ଅର୍ଗାନାଇଜେଶନ ଦ୍ୱାରା ଅନ୍ୟତମ ସର୍ବବୃହତ୍ ବାଣିଜ୍ୟିକ ଅର୍ଡର ଏବଂ ଏଲ୍ଭିଏମ୍୩ ରକେଟ୍ ବ୍ୟବହାର କରୁଥିବା ପ୍ରଥମ ଉତ୍କ୍ଷେପଣ ଅଟେ । ଏହି ଉତ୍କ୍ଷେପଣ ରବିବାର, ୨୩ ଅକ୍ଟୋବର ୨୦୨୨ ୦୦.୦୭ ଏଚ୍ଆର୍ଏସ୍ରେ କରାଯାଇଥିଲା । ୱାନ୍ୱେବ୍ର ସାଟେଲାଇଟ୍ଗୁଡିକ ସଫଳତାର ସହ ରକେଟ୍ରୁ ଅଲଗା ହେବା ସହିତ ୧ ଘଂଟା ଓ ୧୫ ମିନିଟ୍ ସମୟରେ ୯ଟି ପର୍ଯ୍ୟାୟରେ ବିତରିତ ହୋଇଥିଲେ ଏବଂ ସମସ୍ତ ୩୬ଟି ସାଟେଲାଇଟ୍ରୁ ସିଗ୍ନାଲ ଅଧିଗ୍ରହଣ ନିଶ୍ଚିତ ହୋଇଥିଲା ।
ଏହା ୱାନ୍ୱେବ୍ର ଚଳିତ ବର୍ଷର ୨ୟ ଓ ୧୪ତମ ଉତ୍କ୍ଷେପଣ ଅଟେ । ଏହି ଉତ୍କ୍ଷେପଣ ୱାନ୍ୱେବ୍ର ମୋଟ କନ୍ଷ୍ଟେଲେଶନକୁ ୪୬୨ ସାଟେଲାଇଟ୍ରେ ପହଂଚାଇଛି, ଏହାର ପ୍ଲାନ୍ଡ ୬୪୮ ଲୋ ଅର୍ଥ ଅର୍ବିଟ୍ (ଲିଓ) ସାଟେଲାଇଟ୍ ଫ୍ଲିଟ୍ର ୭୦%ରୁ ଅଧିକକୁ ପ୍ରତିନିଧିତ୍ୱ କରୁଛି ଯାହା ବିଶ୍ୱବ୍ୟାପୀ ହାଇସ୍ପିଡ୍, ଲୋ-ଲାଟେନ୍ସି କନେକ୍ଟିଭିଟି ପ୍ରଦାନ କରିବ । ଆଉ କେବଳ ୪ଟି ଉତ୍କ୍ଷେପଣ ବାକି ରହିଥିବା ବେଳେ ୱାନ୍ୱେବ୍ ୨୦୨୩ ସୁଦ୍ଧା ଗ୍ଲୋବାଲ କଭରେଜ୍କୁ ସକ୍ରିୟ କରିବା ପାଇଁ ଟ୍ରାକ୍ରେ ବଜାୟ ରହିଥିବା ବେଳେ ଏହାର କନେକ୍ଟିଭିଟି ସମାଧାନଗୁଡିକ ୫୦ ଡିଗ୍ରୀ ଅକ୍ଷାଂଶର ଉତର ଅଂଚଳଗୁଡିକରେ ଲାଇଭ୍ ରହିଛି ।
ଏସମ୍ପର୍କରେ ଇସ୍ରୋର ଡିପାର୍ଟମେଂଟ୍ ଅଫ୍ ସ୍ପେଶ୍ର ସେକ୍ରେଟାରୀ ଓ ଅଧ୍ୟକ୍ଷ, ଶ୍ରୀ ସୋମନାଥ ଏସ୍ କହିଛନ୍ତି, “ଆଜିର ଇଭେଂଟ୍ ଦେଶ ଓ ଭାରତୀୟ ସ୍ପେଶ୍ ପ୍ରୋଗ୍ରାମ ପାଇଁ ଖୁବ୍ ଐତିହାସିକ ଅଟେ । ଏହା ଲିଓ ପାଇଁ ଏକ ଓଜନିଆ ପେଲୋଡ୍ ସହିତ ଏଲ୍ଭିଏମ୍୩ର ପ୍ରଥମ ବାଣିଜ୍ୟିକ ଉତ୍କ୍ଷେପଣ ଅଟେ । ଏଲ୍ଭିଏମ୍୩ ୪ଟି କ୍ଷମତାର ପେଲୋଡ୍ ସହିତ ଜିଓ-ଷ୍ଟେସନାରୀ ସାଟେଲାଇଟ୍ଗୁଡିକୁ ଲଂଚ୍ କରିବା ପାଇଁ ପ୍ରାଥମିକ ଭାବେ ଧାରଣ କରାଯାଇଥିଲା ଯାହାକୁ ଲିଓ ପାଇଁ ୬ଟି ପେଲୋଡ୍ଗୁଡିକର ଉତ୍କ୍ଷେପଣ ପାଇଁ ବ୍ୟବହାର କରାଯାଇପାରିବ । ୯ଟି ପର୍ଯ୍ୟାୟରେ ୩୬ଟି ସାଟେଲାଇଟ୍କୁ ସଠିକତାର ସହ ଉତ୍କ୍ଷେପଣ କରିବା ପାଇଁ ଗ୍ରାହକଙ୍କ ଆକାଂକ୍ଷାକୁ ପୂରଣ କରିବା ଲାଗି ଏହି ମିଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସାଟେଲାଇଟ୍ଗୁଡିକର ଅନ୍ତଃକ୍ଷେପଣ ଗ୍ରାହକଙ୍କ ଆଶା ଅନୁଯାୟୀ ଖୁବ୍ ସଠିକ୍ ଥିଲା । ଇସ୍ରୋର ବାଣିଜ୍ୟିକ ଶାଖା ଏନ୍ଏସ୍ଆଇଏଲ୍ ଏକ ରେକର୍ଡ ସମୟରେ ଏହି ଚୁକ୍ତିରେ ପ୍ରବେଶ କରିବା ସହ ତାହାକୁ କାର୍ଯ୍ୟକାରୀ କରିଥିଲା । ୱାନ୍ୱେବ୍ ସହ ଯୋଗାଯୋଗ ସାଟେଲାଇଟ୍ ଗ୍ରହଣ କରିବାଠାରୁ ଆରମ୍ଭ କରି ତାହାର ଅନ୍ତଃକ୍ଷେପଣ ପର୍ଯ୍ୟନ୍ତ ଖୁବ୍ ବାଧାହୀନ ଥିଲା । ଇସ୍ରୋ ଓ ୱାନ୍ୱେବ୍ ଟିମ୍ଗୁଡିକ ଏକ ପରିବାର ଭଳି କାର୍ଯ୍ୟ କରିଥିଲେ । ମୁଁ ସମସ୍ତ ଇସ୍ରୋ ସେଂଟର୍ ଓ ଭାରତୀୟ ଶିଳ୍ପଗୁଡିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରୁଛି ଏବଂ ଏଲ୍ଭିଏମ୍୩ ଏମ୍୨/ ୱାନ୍ୱେବ୍ ଇଣ୍ଡିଆ-୧ ମିଶନର ସଫଳ ଲଂଚ୍ ପାଇଁ ଏନ୍ଏସ୍ଆଇଏଲ୍ ଓ ୱାନ୍ୱେବ୍କୁ ଶୁଭେଚ୍ଛା ଜଣାଉଛି ।’
ୱାନ୍ୱେବ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁନୀଲ ଭାରତୀ ମିତଲ କହିଛନ୍ତି, ‘ଆଜିର ଉତ୍କ୍ଷେପଣ ୱାନ୍ୱେବ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ । ଭାରତରୁ ଆମର ଏହି ଉତ୍କ୍ଷେପଣ କାର୍ଯ୍ୟକ୍ରମର ନୂତନ ପର୍ଯ୍ୟାୟ ଆମକୁ ଆମର ଗ୍ଲୋବାଲ କଭରେଜକୁ ଉନ୍ନତ କରିବା ଏବଂ ଭାରତ ଓ ଦକ୍ଷିଣ ଏସିଆରେ, ବିଶେଷ କରି ଆବଶ୍ୟକ କରୁଥିବା ସମୁଦାୟଗୁଡିକରେ କନେକ୍ଟିଭିଟି ପ୍ରଦାନ କରିବାର ଲକ୍ଷ୍ୟର ନିକଟତର କରିଛି । ମୁଁ ଶ୍ରୀହରିକୋଟାରେ ଆମର ସହଯୋଗୀ ଇସ୍ରୋ ଓ ଏନ୍ଏସ୍ଆଇଏଲ୍ ସହ ଉପସ୍ଥିତ ରହି ଗର୍ମ ଅନୁଭବ କରୁଛି । ଆଜି ୱାନ୍ୱେବ୍ କନ୍ଷ୍ଟେଲେଶନରେ ଏକ ଭାରତୀୟ ଉପାଦାନ ରଖିବାର ମୋର ସ୍ୱପ୍ନ ପୂରଣ ହୋଇଛି । ଇସ୍ରୋ ଓ ଏନ୍ଏସ୍ଆଇଏଲ୍ ସହ ଏହି ଉତ୍କ୍ଷେପଣ ଭାରତରେ ସ୍ପେଶ୍ କ୍ଷେତ୍ରକୁ ଅଧିକ ଉନ୍ମୁକ୍ତ କରିବା ସହିତ ଦେଶରେ କୋଟି କୋଟି ଡଲାରର ପ୍ରବାହ ସମ୍ଭାବନା ଆଣିଛି । ଘରୋଇ ଭାଗିଦାରିତା ପାଇଁ ସ୍ପେଶ୍ ସେକ୍ଟରକୁ ଖୋଲିବାରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ମୁଁ ପ୍ରଶଂସା କରୁଛି । ମୁଁ ଇସ୍ରୋ, ଏନ୍ଏସ୍ଆଇଏଲ୍ ଓ ଭାରତୀୟ ଅଧିକାରୀମାନଙ୍କୁ ଏହି ଉତ୍କ୍ଷେପଣ ପାଇଁ ସଠିକ୍ କାର୍ଯ୍ୟସୂଚୀ ସହ ମେଳ ଖାଇଥିବାରୁ ଧନ୍ୟବାଦ ଜଣାଉଛି, ଯାହାକୁ ଏକ ରେକର୍ଡ ସମୟରେ କରାଯାଇଥିଲା ।
ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଧାକ୍ରିଷ୍ଣନ୍ ଡି କହିଛନ୍ତି, ‘ ସତିଶ ଧୱନ୍ ସ୍ପେଶ୍ ସେଂଟର୍ରୁ ଜିଏସ୍ଏଲ୍ଭି-ଏମ୍କେଏଲ୍ଏଲ୍ଏଲ୍ ମାଧ୍ୟମରେ ୩୬ଟି ୱାନ୍ୱେବ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ ଏନ୍ଏସ୍ଆଇଏଲ୍ ଓ ଇସ୍ରୋ ପାଇଁ ଏକ ଐତିହାସିକ ମୁହୂର୍ତ ଅଟେ । ଆମେ ଏହି ସଫଳ ଉତ୍କ୍ଷେପଣରେ ସହଯୋଗ କରିବା ପାଇଁ ୱାନ୍ୱେବ୍ ଟିମ୍ ସହ ମିଶି କାର୍ଯ୍ୟ କରିଥିଲୁ ଯାହାକୁ କିଛି ମାସର ଏକ ରେକର୍ଡ ସମୟରେ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଏହା ଭାରତରେ ସାଟେଲାଇଟ୍ କନେକ୍ଟିଭିଟି ପାଇଁ ସୁଯୋଗଗୁଡିକୁ ମଧ୍ୟ ବର୍ଣ୍ଣନା କରୁଛି । ଆମେ ୱାନ୍ୱେବ୍ ସହ ଆମର ସହଭାଗିତାକୁ ମଜଭୁତ କରିବା ପାଇଁ ଏବଂ ଭାରତରେ ବିତରଣ କରିବାକୁ ଥିବା ବ୍ରଡ୍ବ୍ୟାଣ୍ଡ ସେବାଗୁଡିକ ପାଇଁ ଲିଓ କନେକ୍ଟିଭିଟି ନିକଟରେ ଥିବା କ୍ଷମତାକୁ ଉପଯୋଗ କରିବାକୁ ଅପେକ୍ଷା କରି ରହିଛୁ ।’
ଆସନ୍ତା ମାସଗୁଡିକରେ ୱାନ୍ୱେବ୍ ଉତ୍କ୍ଷେପଣ କାର୍ଯ୍ୟକ୍ରମ ଉପରେ ନିଜର ଧ୍ୟାନକୁ ଜାରି ରଖିବା ଏବଂ ଏହାର ସେବା ଲାଇଭ୍ ଥିବା ସ୍ଥାନଗୁଡିକରେ କନେକ୍ଟିଭିଟି ସମାଧାନ ଆରମ୍ଭ କରିବା ପାଇଁ ପ୍ରମୁଖ ବିତରଣ ସହଯୋଗୀ ଓ ଗ୍ରାହକଙ୍କ ସହ କାର୍ଯ୍ୟ କରିବ । ୱାନ୍ୱେବ୍ ଯୋଗାଯୋଗ କ୍ଷେତ୍ରର ଅଗ୍ରଣୀ କମ୍ପାନୀଗୁଡିକ ସହ ଅଭିନବ ରଣନୈତିକ ସହଭାଗିତାର ଉପଯୋଗ କରିବ ଏବଂ ଏହାର କଭରେଜ ସଲ୍ୟୁଶନର ଶୁଭାରମ୍ଭକୁ ସମର୍ଥନ କରିବା ପାଇଁ ଆସନ୍ତା ମାସଗୁଡିକରେ ଚୁକ୍ତି ସ୍ୱାକ୍ଷର କରିବ ।
ୱାନ୍ୱେବ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଲ୍ ମାଷ୍ଟର୍ସନ୍ କହିଛନ୍ତି, ‘ ଆମେ ୱାନ୍ୱେବ୍ର ଉତ୍କ୍ଷେପଣ କାର୍ଯ୍ୟକ୍ରମକୁ ପୁନର୍ବାର ଆରମ୍ଭ କରିବାକୁ ସକ୍ଷମ ହୋଇଥିବାରୁ ମୁଁ ଖୁବ୍ ଆନନ୍ଦିତ । ଏହି ଉତ୍କ୍ଷେପଣ ଆମ ଟିମ୍ ଏବଂ ଇସ୍ରୋ ଓ ଏନ୍ଏସ୍ଆଇଏଲ୍ରେ ଆମ ସହଯୋଗୀ ତଥା ଭାରତୀ ଗ୍ଲୋବାଲର ଅଂଶଧାରକମାନଙ୍କର କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି । ଏହି ଆନ୍ତର୍ଜାତୀୟ ପ୍ରୟାସ ଦ୍ୱାରା ଉଦାହରଣ ସୃଷ୍ଟି କରିଥିବା ସହଭାଗିତାର ଏହି ଉତ୍ସାହ, ଆମର ଗ୍ଲୋବାଲ କଭରେଜ ନେଟ୍ୱର୍କକୁ ବିସ୍ତାର କରିବା ପାଇଁ ଆମ ରଣନୀତିର କେନ୍ଦ୍ରରେ ରହିଛି । ୱାନ୍ୱେବ୍ରେ ଆମେ କନେକ୍ଟିଭିଟି ପ୍ରତି ରହିଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଧ୍ୟାନ ଦେବା ଜାରି ରଖିଛୁ, ଯାହା ସୁନିଶ୍ଚିତ କରୁଛି ଯେ, ଆମେ ବିଶ୍ୱବ୍ୟାପୀ ସମୁଦାୟ ଓ ଗ୍ରାହକଙ୍କ ପାଇଁ ସେବା ପ୍ରଦାନ କରୁଛୁ ।’

Mo sapath

Leave A Reply

Your email address will not be published.