Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସନସାଇନ ହସ୍ପିଟାଲ ଭୁବନେଶ୍ବରରେ ସ୍ନାୟୁ ରୋଗ ଓ ଚିକିତ୍ସା ଅଗ୍ରଗତି ଆଲୋଚନା ଚକ୍ର

ସନସାଇନ ହସ୍ପିଟାଲ ଏବେ ରାଜ୍ୟର ତୃତୀୟ ପ୍ରମୁଖ ହସ୍ପିଟାଲ ଭାବେ ପରିଗଣିତ ହେଉଛି...

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୦ ଆଜି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଥିବା ସନସାଇନ୍ ହସ୍ପିଟାଲରେ ନାଗରିକମାନଙ୍କୁ ଅନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହାସହ ଓଡ଼ିଶାର ପ୍ରଥମ ପସନ୍ଦର ଡାକ୍ତରଖାନା ହେବା ପାଇଁ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଏବେ ଡାକ୍ତରଖାନାର ସମସ୍ତ ବିଭାଗର ନୂତନ ମାନଦଣ୍ଡକୁ ମଜବୁତ କରିବାକୁ ସ୍ଥିର କରିଛନ୍ତି।ସନସାଇନ୍ ହସ୍ପିଟାଲରେ ଏବେ ଆଧୁନିକ ସ୍ନାୟୁ ରୋଗର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି ।
ରୋଗୀଙ୍କ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ପୁରଣ ପାଇଁ ଡାକ୍ତରଖାନାରେ ନ୍ୟୁରୋ ସାଇନ୍ସ ଏକ ବିଶେଷ ଟିମ ଗଠନ କରିଯାଇ ସ୍ନାୟୁ ରୋଗର A ଠୁ Z ସମସ୍ତ ପ୍ରକାରର ସମସ୍ୟାର ସରଳୀକରଣ ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଉକ୍ତ ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ପୟୋଦ ଜେନା, ବ୍ରିଗେଡ଼ିଅର ପ୍ରୋଫେସର ଡାଃ ପ୍ରଫୁଲ୍ଲ କୁମାର ସାହୁ, ଡାଃ ପ୍ରୋଫେସର ଆତ୍ମା ରଞ୍ଜନ ଦାସ, ଡାକ୍ତର ରିତେଶ ଭୂତ ମାନଙ୍କର ମିଳିତ ଉଦ୍ୟମରେ ଏହି ବିଶେଷ ଦଳ ମାଧ୍ୟମରେ ଉନ୍ନତ ତଥା ଆଧୁନିକ ସ୍ନାୟୁଗତ ରୋଗର ସମସ୍ତ ସମସ୍ୟା ର ଚିକିତ୍ସା କରିବା ସମ୍ଭବ ହୋଇପାରୁଛି। ବର୍ତ୍ତମାନ ଉନ୍ନତ ସେବା ତଥା, ଏପିଲେପ୍ସି, ବ୍ରେନ ଷ୍ଟ୍ରୋକ, ମେରୁଦଣ୍ଡ ର ସମସ୍ତ ଆଧୁନିକ ଚିକିତ୍ସା, ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର, ସ୍ପାଇନାଲ୍‌ କର୍ଡ ଅସ୍ତ୍ରୋପଚାର, ଏସ୍କୋ ସ୍ପାଇନ ଅସ୍ତ୍ରୋପଚାର, ଇତ୍ୟାଦି ବହୁ ଜଟୀଳ ଅସ୍ତ୍ରୋପଚାର କରାଯାଇ ସାରା ରାଜ୍ୟରେ ତଥା ପୂର୍ବ ଭାରତରେ ଗୌରବର ହାସଲ କରି ସାରିଛି। ସେହି ପରି ଓଡ଼ିଶା ସରକାରଙ୍କର ଦ୍ବାରା ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟର ବହୁ ରୋଗୀ ମାନଙ୍କୁ ମାଗଣାରେ ଉନ୍ନତ ସେବା ଯୋଗାଇ ଦେଇଥିବାରୁ ରାଜ୍ୟ ସରକାର ଅନେକ ବାର ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସନସାଇନ ହସ୍ପିଟାଲ ର ସ୍ନାୟୁ ଏବଂ ସ୍ବାଇନ ବିଭାଗର ଡାଃ ପ୍ରଫୁଲ୍ଲ କୁମାର ସାହୁ, ଆତ୍ମା ରଞ୍ଜନ ଦାସ, ଡାଃ ରିତେଶ ଭୂତ ଙ୍କ ମିଳିତ ଉଦ୍ୟମରେ ରେ ଜଟୀଳ ଅଣ୍ଟା ଯନ୍ତ୍ରଣା ର ସରଳ ଚିକିତ୍ସା ଶରିରର ପଛରେ ଅଣ୍ଟା ବା ମେରୁଦଣ୍ଡ ପାଖରେ ଦୁଇଟି ଛୋଟ ରନ୍ଧ୍ର ବା କଣା କରି ବାୟୋ ପୋର୍ଟାଲ ତଥା ଏଣ୍ଡୋ  ଅସ୍ତ୍ରୋପଚାର କରାଯାଇଥାଏ । ଯେଉଁଥିପାଇଁ ରୋଗୀଙ୍କୁ ସମ୍ପୂର୍ଣ୍ଣ backpain ରୁ ଲାଘବ ହୋଇଥାଏ।ଅସ୍ତ୍ରୋପଚାର ଦ୍ଵାରା ସ୍ପାଇନ ଉଦ୍ଧୃତ ଏହି ରୋଗୀ କୁ ବିଶେଷ କଷ୍ଟ ଅନୁଭବ ହୋଇନଥାଏ, ଏବଂ ଅସ୍ତ୍ରୋପଚାର ର ଦୁଇ ଦିନ ପରେ ରୋଗୀ ନିଜକୁ ନିଜେ ସଳଖ ଚାଲିବା ସାଙ୍ଗକୁ ନିଜର କାମ ନିଜେ କରିବାପାଇଁ ସକ୍ଷମ ହୋଇଥାଏ। ଏହି ବିରଳ ଅସ୍ତ୍ରୋପଚାର ପାଇଁ ସନସାଇନ ହସ୍ପିଟାଲ ସାରା ରାଜ୍ୟରେ ତଥା ପୂର୍ବ ଭାରତର ରେ ଆଲୋଚନାଚକ୍ର ର କେନ୍ଦ୍ରବିନ୍ଦୁ ପାଲଟିଚି। ଏହି ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ୍ ତରଫରୁ ଏକ ସ୍ବତନ୍ତ୍ର ପ୍ୟାକେଜ ଚୟନ କରାଯାଇଛି, ଯାହା ସବୁ ବର୍ଗର ଲୋକଙ୍କୁ ସୁହାଇ ପାରୁଥିବା । ସେହି ପରି, ହସ୍ପିଟାଲ୍ ତରଫରୁ ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ସମସ୍ତ ଜରୁରୀ କାଳୀନ ୨୪ ଘଂଟିଆ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ କରାଯଯାଇଚି ।

Mo sapath

Leave A Reply

Your email address will not be published.