ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୨/୧୦ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ଅଷ୍ଟମ ପରମ୍ପରା ଆଓ୍ବାର୍ଡ ପ୍ରଦାନ କରାଯାଇଛି । ୧୬ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇଛନ୍ତି । ନୂଆଦିଲ୍ଲୀର କନଷ୍ଟିଚୁୟସନ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ, କଥକ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ, ଓଡିଆ ନୃତ୍ୟଶିଳ୍ପୀ ଗୁରୁ ସେରନ ଲୋଏନ୍, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଅମରେନ୍ଦ୍ର ଖଟୁଆ, ବରିଷ୍ଠ ଆଇନଜୀବି ମୁକୁଲ ବର୍ମା, ଅଭୟ ରୁସ୍ତୁମ ସାପୋରୀ ଓ ମନିଷ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଚୀନର କନସୁଲ ଜେନେରାଲ ଏଚ୍ଇ ଝା ଲିଉ ଓ ଡ. ନିଶା କୋହଲି ଅତିଥି ବକ୍ତା ଭାବେ ଉପସ୍ଥିତ ଥିଲେ । କ୍ରିଷନ କୁମାର ଗୁପ୍ତା, ଏଏନ ବର୍ମା, ସମାଜସେବୀ ପ୍ରଭାସ ଆଚାର୍ଯ୍ୟ, ଗାର୍ଗୀ ସେଠ, ଅଭୟ ରୁସ୍ତମ ସାପୋରୀ, ଡ. ଉର୍ବି ଅଗ୍ରଓ୍ବାଲ, ଡ. ସୁବାସ ୟଶନ୍ତ ଡାଲ୍ଭି, ଗିରିଜା ପଟ୍ଟନାୟକ, ଦେବାଶିଷ ମୁଖାର୍ଜୀ, ନିଶା କୋହଲି, ସୁନନ୍ଦା ରାଓ, ସ୍ନେହାଶିଷ ଦାସ, ଭୂଷଣ ବାଲାସାହେବ ଯାଦବ, ଗୌରବ ଗୁପ୍ତା, ଇନ୍ଦର କୁମାର ଗୋଏଲ ଓ ଅନନ୍ତିନୀ ମିଶ୍ରଙ୍କୁ ପରମ୍ପରା ପୁରସ୍କାର ପ୍ରଦାନ କରାଯାଇଛି । ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ଡ. ରୋଜାଲିନ ପାଟ୍ଟଶାଣୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post