ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୦୪ ଏଲ୍ ଏ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଚଳଚିତ୍ର “ଗାୟିକା ନା ନାୟିକା” ଜଣେ ଗାୟିକା ର ସଙ୍ଘର୍ଷ ମୟ ଜୀବନ ଓ ଗୋଟିଏ ସୁଖୀ ପରିବାର ଉପରେ ଆଧାରିତ କାହାଣୀ,ଏହି ଚଳଚିତ୍ରରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗେଇ ସତ୍ୟ କୁ ସାମନା କୁ ଆଣିବାକୁ ଚେଷ୍ଟା କରେ ହିରୋ କିନ୍ତୁ କିଛି ଅସାଧୁ ପୋଲିସ୍ ଅଫିସର ଓ ସହର ର ଡନ୍ ଡୋନାଲ ତାକୁ ହତ୍ୟା କରେ, ତା ପରିବାର କୁ ଛାରଖାର କରିଦିଏ ମା ପୁଅକୁ ଅଲଗା କରିଦିଏ… ରାସ୍ତା କଡ ରେ ଭିକ୍ଷା ବୃଦ୍ଧି କରି ଜୀବନ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ଗାୟିକା, ଆଉ ଗୀତ ହେଉଛି ତାରା ସାହାରା ତାଭିତରେ ଥିବା ଗୀତ ଗାଇବା ର ପ୍ରତିଭା ଲୋକଙ୍କ ପାଖରେ ପହଞ୍ଚି ପାରିଛି ଯେମିତି କି ରାନୁ ମଣ୍ଡଳ ଷ୍ଟେସନ୍ ରେ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ସେନ୍ସେସନ୍ ପଲାଟି ଯାଇଥିଲା, ସେହିଭଳି ଭବରେ କାହାଣୀ ଗତିଶୀଳ ହୋଇଛି…. ରାନୁ ମଣ୍ଡଳ ଜୀବନୀ କାହାଣୀ ର କିଛି ଦୃଶ୍ୟ ଦେଖୁବାକୁ ମିଳିବ ଏହି
ଚଳଚ୍ଚିତ୍ର “ଗାୟିକା ନା ନାୟିକା” ରେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନେଇଛନ୍ତି ଓମ୍ ଓ, ରଜ କୁଇନ ର ରନର୍ସଅପ୍ (ନବାଗତ) ଐସୁରିଆ ଙ୍କୁ ନାୟିକା ଭାବରେ ଏହି ଚଳଚିତ୍ରରେ ଏକ ଟେଲିଭିଜନ୍ ଆଙ୍କର ଚରିତ୍ର ରେ ଦେଖୁବାକୁ ପାଇବେ ଦର୍ଶକ. ଅଶ୍ରୁମୋଚନ ମହାନ୍ତି, ଚୌଧରୀ ବିକାଶ ଦାସ, ଭୂପତି ତ୍ରିପାଠୀ, , କାଳିଚରଣ, ଦେବି ବାରିକ,ନିରଞ୍ଜନ ଆଚାର୍ଯ୍ୟ ଅର୍ଜୁନ, ବାପି, , ଜୋସ୍ନା ରାଣୀ, କୁସୁମ ତ୍ରିପାଠୀ, ମିତା ଚକ୍ରବର୍ତ୍ତୀ, ଅଭିନୟ କରୁଥିବା ବେଳେ ପ୍ରଯୋଜନା ଲିଜାରାଣି ସେଠି ଓ ଅମୂତ୍ରାସଂ କରିଛନ୍ତି, କାହାଣୀ ଜୋସ୍ନାରାଣୀ ଓ ସଂଳାପ. ଶଶି ମିଶ୍ର, ଗୀତ ମୋହିତ ଚକ୍ରବର୍ତ୍ତୀ ଓ ଯତୀନ୍ଦ୍ର ପ୍ରଧାନ ସଙ୍ଗୀତ ରେ ସଜାଇ ଛନ୍ତି ସାନ୍ତିରାଜ ଖୋସଲା, କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଓ ଓଡ଼ିଶାର ଆଗଧାଡ଼ିର କଣ୍ଡଶିଳ୍ପୀ, ଦେବବ୍ରତ ନାଥ ଚିତ୍ରଉତ୍ତୋଳନ କରୁଥିବା ବେଳେ, ଚିତ୍ର ନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳୁଛନ୍ତି ଆଗଧାଡ଼ିର ଯୁବ ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ସାଥୁଆ, ପୂର୍ବରୁ ଅନେକ୍ ସିନେମା ଓ ଧାରାବାହିକରେ ରେ ମୁଖ୍ୟ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଛନ୍ତି. ଓ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ଆନ୍ତର୍ଜାତିକ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି. ଏହି ଚଳଚ୍ଚିତ୍ର ଟି ତାଙ୍କ ପାଇଁ ଏକ ମାଇଲ ଖୁଣ୍ଟ ହେବ ବୋଲି ସେ ଆଶା ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.
[pj-news-ticker]