[pj-news-ticker]

ପୁଅ ବୋହୁ ସାଜିଲେ ବଇରି

ଆଠ ବର୍ଷ ଧରି ଜରି ଛପର ଘରେ ବିଟୁଥିଲା ଜୀବନ

0

ଉଦ୍ଧାର କଲେ ଦେବାଶିଷ

ବାରିପଦା(ନିରପେକ୍ଷ ଖବର)ତା-୧୩/୦୭ପୁଅ ବୋହୁ ସାଜିଲେ ବଇରି। ବୃଦ୍ଧ ଅବସ୍ଥାରେ ପୁଅ ବୋହୁଙ୍କ ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲେ ଦମ୍ପତି। ଦୀର୍ଘ ଆଠ ବର୍ଷ ଧରି ଏକ ଜରି ଛପର ଘରେ ସେମାନେ ଜୀବନ କାଟୁଥିଲେ। ମୋରୋଡା ବ୍ଲକ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ତାଙ୍କୁ ଉଦ୍ଧାର କରିଛନ୍ତି। 

ମା ଟିଏ ଜନ୍ମ କରିଥାଏ ସନ୍ତାନକୁ ମନ ରେ ଅସୁମାରୀ ସପ୍ନ ଥାଏ ମା ର ଯେ ବୃଦ୍ଧ କାଳର ତାଙ୍କର ଆଶାବାଡି ହେବେ ସେହି ସନ୍ତାନ ସେହି ସନ୍ତାନ  ବଡ ହେଲା ପରେ ଯେତେବେଳେ ବାପା ମାଙ୍କୁ ପାସୋରି ଯାଏ ସେତେ ବେଳେ ସେ ବାପା ମା ହେଇଯାନ୍ତି ଅସହାୟ। ସେଭଳି  ଏକ ଘଟଣା  ଘଟିଛି ମୋରଡା ବ୍ଲକ ନୂଆଗାଁ  ପଂଚାୟତର ସନ୍ୟାସୀ ଗ୍ରାମରେ ଆଠ ବର୍ଷ ହେଲାଣି ମୁହଁ ଫେରି ଚାହିଁ  ନାହାନ୍ତି ସନ୍ତାନମାନେ ସେ ମାର କୋହ ଓ ବାପାର ଲୁହ ଭରା ଆଖିର  ଲୁହ ପୋଛିବା ପାଇଁ ଦିନେ ବି ଆସିଲେନି ପୁଅ ମାନେ ଦିନରାତି ଖରା ବର୍ଷା ଗୋଟିଏ ଛୋଟିଆ ଜରି ଛପର ତଳେ ଦିବ୍ୟାଙ୍ଗ ମା ଫୁଳମଣୀ ହାଁସଦା ଓ ଅସହାୟ ବାପା ଦୁଇକା ହାଁସଦା ଜୀବନ ଅତିବାହିତ କରୁଥିଲେ। ଏହି ବାବଦରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟାବେକ୍ଷକ   ପ୍ରଣବ ପ୍ରକାଶ ଦାସ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଆଜି ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ  ଦେବାଶିଷ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତିଙ୍କୁ ନୂଆ ବସ୍ତ୍ର ପ୍ରଦାନ କରିଥିଲେ।ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣି RDAC ର ସମ୍ପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଉଦ୍ଧାରକାରି ଦଳ ପହଞ୍ଚିଥିଲେ. ନିଗମ ଅଧକ୍ଷଙ୍କ ସହିତ କୁମାରକାନ୍ତ ମାରାଣ୍ଡି,ନାଏବ ସରପଞ୍ଚ କରମଚାନ୍ଦ ମହାନ୍ତ,ରାଜ୍ୟ ଛାତ୍ର ଜନତା ସାଧରଣ ସମ୍ପାଦକ ଅବଦୁଲ ହବିବ,ଜୋନାଲ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଧଡ଼ା, ବିଭୁତି ରାଉତ,ପ୍ରଶାନ୍ତ ଜେନା ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଅସହାୟ ଦିବ୍ୟାଙ୍ଗ ଦମ୍ପତିଙ୍କୁ ବାରିପଦା ସ୍ଥିତ ପାଳବଣି ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ କରାଗଲା ଏବଂ ଜିଲ୍ଲା ପ୍ରଶାସନ ସମସ୍ତ ଦାୟିତ୍ୱ ବହନ କରିବ ବୋଲି ଉପରିସ୍ଥ ପ୍ରଶାସନିକ ଅଧିକାରୀ ମାନେ କହିଥିଲେ।

Advertising:

Leave A Reply

Your email address will not be published.