Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୭/୦୨: କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି ଯୋଗୁଁ ପର୍ଯ୍ୟାପ୍ତ ଅର୍ଥ ମିଳିଛି । କେବଳ ଡିଷ୍ଟିଟ ମିନେରାଳ ଫଣ୍ଡ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୭ କୋଟି ଟଙ୍କା ମିଳିଛି । ହେଲେ ଦୁଃଖ ଏବଂ ପରିତାପର ବିଷୟ କି ରାଜ୍ୟ ସରକାର ଏଯାବତ ଏହି ରାଶିରୁ ମାତ୍ର ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଡ.ସାମନ୍ତସିଂହାର କହିଛନ୍ତି ଯେ, ମୋଦି ସରକାରଙ୍କର ନୂଆ ଖଣି ନୀତି ଯୋଗୁଁ ଖଣିମାନଙ୍କର ଖୋଲା ନିଲାମି କରାଯିବା ଫଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୧୫୦ ପ୍ରତିଶତ ଅଧିକା ପ୍ରିମିୟମ ମିଳିଛି । ଯାହାକି ହଜାର ହଜାର କୋଟି ଟଙ୍କା ଆକଳନ କରାଯାଇଛି । ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର କଂଗ୍ରେସ ସରକାର ଖଣିମାନଙ୍କୁ ନିଲାମ ପରିବର୍ତେ ପରିଚିତ ସଂପର୍କୀୟ ଲୋକ ମାନଙ୍କୁ ବଂଟନ କରୁଥିଲା । ଏହା ଫଳରେ ଦେଶର ଅପର୍ଯ୍ୟାପ୍ତ କ୍ଷତି ହୋଇଛି । ଓଡିଶାରେ ୫୯ ହଜାର କୋଟି ଟଙ୍କା ର ଖଣି ଦୁର୍ନୀତି ହୋଇଥିଲା । ଶାହା କମିଶନ ରିପୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ଖଣି ଦୁର୍ନୀତି କରିଥିବା କଂପାନୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିନଥିଲେ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ହସ୍ତକ୍ଷେପ କରିବା କାରଣରୁ ରାଜ୍ୟ ସରକାର ବାଧ୍ୟ ହୋଇ ଏବେ ଏହି ଖଣି ଦୁର୍ନୀତିର ପଇସା ଆଦାୟ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ରକୁ ଖଣି ଲୟାଲିଟି ବଢାଇବା ଲାଗି ନିବେଦନ କରିବା ବଦଳରେ ଏବେ ଯାଏଁ ମିଳିଥିବା ଅଧିକା ପଇସା କେମିତି ଓଡିଶାର ଲୋକଙ୍କ ହିତରେ ଖର୍ଚ୍ଚ ହେବ ସେ ବିଷୟରେ ଯୋଜନା ବନାନ୍ତୁ ଏବଂ ରାଜ୍ୟସରକାର ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Mo sapath

Leave A Reply

Your email address will not be published.