Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସରକାର ମୋତେ ରୋଜଗାର ଦିଅ….

0

ବାରିପଦା(ନିରପେକ୍ଷ ଖବର)ତା-୨୩/୦୨/୨୦୨୦-ଏବେ ରାଜ୍ୟରେ ଦିନକୁଦିନ ବେକାରୀ ସମସ୍ୟା ଉତ୍କୋଟ ରୂପ ଧାରଣ କରିଲାଣି।ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି।ଦିନକୁ ଦିନ ରାଜ୍ୟରେ କଳକାରଖାନ ଲୋପ ପାଉଥିବା ବେଳେ ବର୍ଦ୍ଧିତ ବେକାରୀ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି ଯୁବବର୍ଗ।ବହୁ ପ୍ରକାର ରତ୍ନ ଓ ଖଣିଜ ସମ୍ପଦରେ ଭରପୁର ମୟୁରଭଂଜ ଜିଲ୍ଲା।ମିଶ୍ରଣ ସମୟର ରାଜିନାମା ଅନୁଯାୟୀ ମୟୂରଭଞ୍ଜ ଯେଉଁସବୁ ସୁବିଧା ସୁଯୋଗ ପାଇବା ହକଦାର ସେସବୁ ଆଜି ପର୍ଯ୍ୟନ୍ତ ପାଇନାହିଁ। ସବୁ କିଛି ଥାଇ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପଛୁଆ ଓ ଅନୁନ୍ନତ।

Advertising:
Blank space

ସୂଚନାଯୋଗ୍ୟ ଯେ ବିଶ୍ୱସ୍ତରୀୟ ଟ୍ରାଭେଲ ଏବଂ ଟୁରିଜିମ୍ କ୍ଷେତ୍ରରେ ୩୧୯ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରକ୍ଷମ ହେବା ସହ ବିଶ୍ୱ ଅର୍ଥନୀତିରେ ଏହା ଶତକଡା ୩୯ ପ୍ରତିଶତ ଆର୍ଥକ ଯୋଗଦାନ ଦେବାରେ ସହାୟକ ହୋଇଥାଏ । ତେଣୁ ମୟୂରଭଞ୍ଜର ଶିମିଳିପାଳକୁ ଯଦି ପର୍ଯ୍ୟଟନ ଶିଳ୍ପର ମାନ୍ୟତା ଦିଆଯାଇ, ଏହାର ଭିତରେ ଏବଂ ଚତୁପାର୍ଶ୍ୱରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇ ବର୍ଷ ତମାମ ସେ ସବୁ ସ୍ଥାନକୁ ଭ୍ରମଣ କରିବାର ସୁଯୋଗ ସୃଷ୍ଟି କରାଯାଇ ପାରନ୍ତା।ତେବେ ଦେଶ ତଥା ବିଦେଶ ପର୍ଯ୍ୟଟକ ମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବା ପାଇଁ ରୋପ-ୱେ, ଅତ୍ୟାଧୁନିକ ହୋଟେଲ ତଥା ଆଶ୍ରୟସ୍ଥଳୀ ସହ ସୁବିଧା ଜିଲ୍ଲା ବାହାର ପର୍ଯ୍ୟଟକ ମାନଙ୍କୁ ମୟୂରଭଞ୍ଜ ପ୍ରତି ଆକୃଷ୍ଟ କରିବ।
ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇବା ସହ ବହୁ ପାଠୁଆ-ଅଣପାଠୁଆ ବେରୋଜଗାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରେ ରୋଜଗାରର ପନ୍ଥା ପାଇ ପାରିବା ସହ ଜିଲ୍ଲାରେ ଥିବା ବେକାରି ସମସ୍ୟାକୁ ବହୁ ମାତ୍ରାରେ ଏଡାଇ ଦିଆଯାଇପାରିବ। ବିଶେଷ ଭାବେ ଵର୍ତମାନ ଚାଲୁରହିଥିବା ଖଣି ଖାଦାନ ଗୁଡିକରୁ ପ୍ରତ୍ୟେକ ଦିନ ଟ୍ରେନ୍ ଓ ଟ୍ରକ ଯୋଗେ ବହୁ ସଂଖ୍ୟାର ମୂଲ୍ୟବାନ ପଥର ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଉଅଛି । ଜିଲ୍ଲା ଖଣିଜ ପାଣ୍ଠିର ସିଂହଭାଗ ଖଣି ଅଞ୍ଚଳର ପାରିପାର୍ଶିକ ଉନ୍ନତି ପାଇଁ ବିନିଯୋଗ ହେବାର ନିୟମ ଥିଲେ ମଧ୍ୟ ପ୍ରକୃତ କ୍ଷେତ୍ରରେ ତାହା ପାଳନ ହେଉନାହିଁ, ତା ସହିତ ମୟୂରଭଞ୍ଜ ଜିଲ୍ଲାରୁ ମୂଲ୍ୟବାନ ପଥର ନେଇ ବିକ୍ରୟ କରି ବ୍ୟବସାୟୀମାନେ ବାହାର ରାଜ୍ୟର ବଡ଼ ବଡ ଶିଳାନୁଷ୍ଠାନ ବନାଉଛନ୍ତି ମାତ୍ର ଖଣି ଅଞ୍ଚଳ ତଥା ସମଗ୍ର ଜିଲ୍ଲାର ବେକାର ଯୁବକ-ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ଖଣିଖାଦାନ ମାଲିକମାନେ ଜିଲ୍ଲାର ଭିରିଭୂମି ଥିବା ଯାଗାରେ ଶିଳ୍ପ ପ୍ରତିଷ୍ଠା କରିଥାନ୍ତେ, ତାହେଲେ ମଧ୍ୟ ଖଣି-ଖାଦାନ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାର ବେକାରୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହୋଇପାରନ୍ତା। ଜିଲ୍ଲାରେ ବନ୍ଦହୋଇ ପଡିରହିଥିବା ଛୋଟବଡ଼ ଶିଳ୍ପନୁଷ୍ଠାନ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ସବାଇଘାସ ଶିଳ୍ପ ଓ ବାଉଁଶ ଶିଳ୍ପ କୁ ପ୍ରତିଷ୍ଠା କରାଯାଇଥାଆନ୍ତା ଏବଂ ସବାଇ ଓ ବାଉଁଶକୁ ଉପଯୋଗ କରି ଏକ ସରକାରୀ କାଗଜ କାରଖାନା ପ୍ରତିଷ୍ଠା କରାଯାଇପାରନ୍ତା, ତାହେଲେ ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ବହୁମାତ୍ରାରେ ଦୂର ହୋଇପାରିଥାନ୍ତା। ଏହି ସମସ୍ୟାକୁ ନେଇ ସରକାରଙ୍କୁ କର୍ଣ୍ଣପାତ କରାଇବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାର ଏକ ଅଣରାଜନୈତିକ ସଂଗଠନ “ଭଞସେନା” ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। “ସରକାର ମୋତେ ରୋଜଗାର ଦିଅ ” ନାରା କୁ ପାଥେୟ କରି ଏକ ଆନ୍ଦୋଳନ ନାରା ଦେଇଛନ୍ତି ଜିଲ୍ଲା ଶହଶହ ବେକାର ଯୁବକମାନେ। ମୟୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ କୌଣସି କଳ କାରଖାନା ନଥିବାରୁ ବହୁ ସମୟରେ ଏଠାରେ ଲୋକମାନଙ୍କୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡିଥିଲା ବେଳେ ବେକାରୀ ସମସ୍ୟା ଜିଲ୍ଲା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।ବିଭିନ୍ନ ସମୟରେ ଜିଲ୍ଲାର ସମାସ୍ୟା କୁ ନେଇ ସ୍ବର ଉତ୍ତୋଳନ କରୁଥିବା ଭଞସେନା ଦଳ ପକ୍ଷରୁ ଏହାର ପ୍ରତିବାଦ ପ୍ରସ୍ତୁତି କରିଥିଲେ । ତେବେ ଜିଲ୍ଲାର ପ୍ରାକୃତିକ ସମ୍ପଦକୁ ନେଇ ଧ୍ୟାନ ଦେବା , ଏଠାରେ ବହୁ ମାତ୍ରାରେ ସବାଇ ଘାସ ରହିଥିବାରୁ କାଗଜ ତିଆରି କାରଖାନା ପ୍ରତିଷ୍ଠା କରିବା ଏବଂ ଜାତୀୟ ଉଦ୍ୟାନ ଶିମିଳିପାଳ ପାଦ ଦେଶରେ ଥିବା ବହୁ ଛୋଟବଡ ସ୍ଥାନ ଗୁଡିକର ବିକାଶ କରି ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଧ୍ୟାନ ଦେବା ସହ ଜିଲ୍ଲାରେ ବନ୍ଦ ପଡିଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକ ର ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାଗଲେ ଜିଲ୍ଲାର ବେକାରୀ ସମସ୍ୟା ରୋକିବା ଦିଗରେ ସହାୟକ ହୁଅନ୍ତା ବୋଲି ମତ ରଖିଛନ୍ତି।

Mo sapath

Leave A Reply

Your email address will not be published.