ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୮/୧୦: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । କିନ୍ତୁ ବାସ୍ତବରେ ସେ ସଠିକ ଭାବେ ତଦନ୍ତ କରିନାହାଁନ୍ତି କି ସ୍ମିତାରାଣୀର ପରିବାର ସଦସ୍ୟଙ୍କୁ ଭେଟି ନାହିଁନ୍ତି । ଶାସକ ବିଜେଡି ଦଳର ପ୍ରବକ୍ତା ସାଜି ମହିଳା କମିଶନ ନିଜ ପଦବୀର ମର୍ଯ୍ୟାଦାହାନୀ କରି
ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା
ମୀନତି ବେହେରାଙ୍କ ଇସ୍ତଫା ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡାଙ୍କ ନେତୃତ୍ୱରେ
ଶତାଧିକ ମହିଳା ରାଜ୍ୟ ମହିଳା କମିଶନ ଅଫିସ ଘେରାଓ କରିଥିଲେ । ଗତ ୧୯ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହିବା ସଂପୂର୍ଣ୍ଣ
ମିଥ୍ୟା । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ ତଦନ୍ତ ବେଳେ କାହାକୁ ଭେଟିଲେ? ମୃତା ସ୍ମୀତାରାଣିଙ୍କର ପରିବାରକୁ ଭେଟିଥିଲେ କି ? ଯେତେବେଳେ ମୃତା ସ୍ମୀତାରାଣିଙ୍କର ସ୍ମାମୀ ଆସି ଭୂବନେଶ୍ୱରରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲେ ସେତେବେଳେ ମହିଳା କମିଶନ ଅଧ୍ୟକ୍ଷାତାଙ୍କୁ ଚିହ୍ନି ନଥିବା କଥା କହିଲେ । ତାହେଲେ ସେ କେମିତି ତଦନ୍ତ ସାରିଲେ ? ଏପରିକି ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇନାହାନ୍ତି
ବୋଲି ସେ ଗାଁ ଲୋକ କହୁଛନ୍ତି । ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ସ୍ୱାମୀଙ୍କର ବିନା ବୟାନରେ, ତାଙ୍କ ସହିତ କଥା ନହୋଇ କି ପ୍ରକାର ତଦନ୍ତ କରିଲେ ? ସ୍ମୀତାରାଣୀଙ୍କର ସହଯୋଗୀ କର୍ମଚାରିମାନଙ୍କ ସହିତ ବି କଥା ହୋଇନାହାନ୍ତି ବୋଲି ସେ ବ୍ଲକର କର୍ମଚାରିମାନେ କହୁଛନ୍ତି । ସ୍ଥାନୀୟ ଧର୍ମଶାଳା ପୋଲିସ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ । ସ୍ଥାନୀୟ ଗଣମାଧ୍ୟମ ପାଖରେ ବି ଖବର ନାହିଁ କି ମହିଳା କମିଶନ
ଅଧ୍ୟକ୍ଷା କେବେ ଆସିଥିଲେ । ବଂର ମହିଳା କମିଶନର ଅଧ୍ୟକ୍ଷା ଆସାମୀ ଋୁପେଶ ଭଦ୍ରଙ୍କ ପରିବାରକୁ ଭେଟିଲେ ବୋଲି ଗଣମାଧ୍ୟମରେ କହିଲେ । ବଡ ଆଶ୍ଚର୍ଯ୍ୟର କଥା ଆସାମୀ ପରିବାର ସହିତ କଥା ହେଲେ ମହିଳା କମିଶନ ଅଧ୍ୟକ୍ଷା କିନ୍ତୁ ପିଡିତା ପରିବାରକୁ ଭେଟିଲେ ନାହିଁ । ଏପରି ମିଥ୍ୟା କଥା କହିଥିବା ମହିଳା କମିଶନ ଅଧ୍ୟକ୍ଷା ଓଡିଶାର ମହିଳାମାନଙ୍କୁ କେବେ ବି ନ୍ୟାୟ ଦେଇପାରିବେ ନାହିଁ ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । ଯଦି ମହିଳା କମିଶନ ତଦନ୍ତ ନିରପେକ୍ଷ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ତେବେ ସେହି ରିପୋର୍ଟକୁ ସେ ସାର୍ବଜନୀନ କରନ୍ତୁ । ମୃତା ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ । ଏଥିସହ ଯାଜପୁର ଏସପି ଯେପରି ଗଣମାଧ୍ୟମ ଆଗରେ ମୃତା ସ୍ମ୍ିତାରାଣୀଙ୍କ ଚରିତ୍ରହନନ କଲେ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ଅନ୍ୟପଟେ ନିଜ ପଦବୀର ମର୍ଯ୍ୟାଦାହାନୀ କରିଥିବା ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
Next Post