Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ

ହତ୍ୟାର ପ୍ରକୃତ କାରଣ ଖୋଜୁଛି କରଞ୍ଜିଆ ପୁଲିସ

0

ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ପାଟୁଳିଡ଼ିହି (ବନ୍ଧସାହି)ଗ୍ରାମର ଜିରାମଣି ସୋଏ ନାମକ ଜୈନକ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟାକରାଯାଇଛି। ହତ୍ୟାକାଣ୍ଡ ଘଟାଇ ଦୁର୍ବୁର୍ତ୍ତମାନେ ମୁଣ୍ଡୁକୁ କାଟି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆ ତୁଠ ନିକଟରେ ପକାଇଦେଇ ଚାଲିଯାଇଥିବା ଜଣାପଡିଛି।

ତେବେ ଆଜି ସକାଳୁ (ଶନିବାର)ଗ୍ରାମର କିଛି ମହିଳା ନଦୀକୁ ଗାଧୋଇବା ପାଇଁ ଆସିବା ବେଳେ ଗଣ୍ଡି ବିହିନ୍ନ ଏକ ମୁଣ୍ଡ ପୋଖରୀ ତୁଠ ନିକଟରେ ପଡିଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଆସି କଟା ମୁଣ୍ଡକୁ ଦେଖିବା ପରେ ସେହି ଗ୍ରାମର ଜୈନକ ବିଧବା ମହିଳା ଜିରାମଣି ସୋଏ ବୋଲି ଜାଣିବାକୁ ପାଇଥିଲେ  ଏହା ପରେ ସଙ୍ଗେ ସଙ୍ଗେ କରଞ୍ଜିଆ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ରହସ୍ୟ ଖୋଜୁଥିବା ବେଳେ ଘର ଠାରୁ ୨୦୦ମିଟର ଦୂରରେ ଏକ ବିଲ ନିକଟରେ ମୁର୍ତ ମହିଳାଙ୍କର ଗଣ୍ଡିଟି ପଡିଥିବା ଦେଖିବାକୁ ପାଇଥିଲେ। ଏହା ପରେ ପୋଲିସ ସାଇଣ୍ଟିଫିକ ଟିମକୁ ଖବର ଦେଇ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ଓ ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୁର୍ତ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୁର୍ତ ମହିଳାଙ୍କ ସ୍ୱାମୀର କିଛି ଦିନ ପୂର୍ବରୁ ମୁର୍ତ୍ୟୁ ହୋଇଥିଲା। ଜମିଜମା କିମ୍ବା ଡାହାଣି ସନ୍ଦେହରେ ଏହି ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀମାନେ ଦାବି କରିଛିନ୍ତି।

 

 

 

Mo sapath

Leave A Reply

Your email address will not be published.