ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯: ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡ଼ିଆ ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ତିନିଦିଆ ମୟୁରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇଯାଇଛି । ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଆର୍ଯ୍ୟକବି ପ୍ରମୋଦ କୁମାର ମିଶ୍ରଙ୍କ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର
ଇତିହାସକୁ ଲିଖିତ ପୁସ୍ତକକୁ ରାଜମାତା ଲୋକାର୍ପିତ କରିଥିଲେ।ଏହି ସମାରୋହରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ମୟୁରଭଞ୍ଜର କଳା ସଂସ୍କୃତିର ସୁରକ୍ଷା ସାଙ୍ଗକୁ ବିଶ୍ୱ ଦରବାରରେ ଏହାକୁ ପହଞ୍ଚାଇବା ପାଇଁ ଏହି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ କଲ୍ୟାଣ ବାରିକଙ୍କ
ବିଭିନ୍ନ ଚିତ୍ରକଳା ସମେତ ମୟୁରଭଞ୍ଜର ଚିତ୍ରଶିଳ୍ପୀଙ୍କ ସମେତ ପଡୋଶୀ ରାଜ୍ୟର ନାମିଦାମୀ ଚିତ୍ର ଶିଳ୍ପୀମାନଙ୍କର କଳାକୃତୀ ଏଥିରେ ସ୍ଥାନ ପାଇଥିଲା। ସେହିପରି ଚିତ୍ରଶିଳ୍ପୀ ପ୍ରଦର୍ଶନୀରେ ମୟୁରଭଞ୍ଜର ସବାଇ କାରୁକାର୍ଯ୍ୟ,ଟସର ଏବଂ ହସ୍ତତନ୍ତ ସାମଗ୍ରୀର ଷ୍ଟଲ୍ ସହିତ ଶିଳ୍ପୀ କେଶୁ ଦାଶଙ୍କ ଜଉ କଣ୍ଢେଇ ଷ୍ଟଲ ମଧ୍ୟ ସ୍ଥାନ ପାଇଥିଲା। ଏହି ଅବସରରେ ବାଲୁକା ଶିଳ୍ପୀ ଦଶରଥ ମହାନ୍ତଙ୍କର
ଏକ ବାଲୁକା କଳା ମଧ୍ୟ ଚିତ୍ରକଳା ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା। ପରିଦିନ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ବିଜେପିର ବରିଷ୍ଠ ନେତା ତଥା ମହାରାଜା କନକ ବର୍ଦ୍ଧନ ସିଂଦେଓ ଓ ରାଜପରିବାରର ସଦସ୍ୟ ଏବଂ ମୟୁରଭଞ୍ଜର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତଥିଲେ । ଏହି ଅବସରରେ ଓଡ଼ିଶୀ ଓ ଛଉ ନୃତ୍ୟ ପ୍ରଦର୍ଶନ ସହିତ ଫୁଟବଲ ଖେଳାଳି ପରେଶ ଚନ୍ଦ୍ର ଦାସ, ଚଳଚିତ୍ର ସାଉଣ୍ଡ ରେକର୍ଡିଷ୍ଟ ଜ୍ୟୋତିପ୍ରକାଶ ମାହାନ୍ନା, ଚିତ୍ରଶିଳ୍ପୀ ଚାରୁଚନ୍ଦ୍ର ଦାସ, ଛଉନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କ ସମେତ ବଳାଙ୍ଗୀ ମହୋତ୍ସବ ଏବଂ ଲାଇସ କ୍ଳବକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦର୍ଶନୀର ଆବାହକ ବିଭୁ ଦତ୍ତ ଦାସ ଓ ମାରଵାରୀ ଯୁବମଞ୍ଚର ଅଧ୍ୟକ୍ଷ ହେମନ୍ତ ସାହା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]