ବାରିପଦା(ନିରପେକ୍ଷ ଖବର)୪/୮/୧୯: ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଶ୍ରୀମୟ ଦାସ ଅଧିକାରୀଙ୍କୁ ଭେଟି ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଛାତ୍ର ସଂଗଠନ ମାର୍ସା ଆର୍ମି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା ବେଳେ ଏଠାରେ ଆଦିବାସୀ ପିଲାମାନଙ୍କୁ ତାଙ୍କ ମାତୃଭାଷାରେ ପାଠ ପଢିବା ପାଇଁ ସୁଯୋଗ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଆଦିବାସୀ ପିଲାଙ୍କର ଉଚ୍ଚଶିକ୍ଷା ପାଇଁ ଏଫଏମ ମହାବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଚାଲୁ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଶନିବାର ମାର୍ସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡୀଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତାମାନେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟି ସାନ୍ତାଳୀ ଭାଷାର ଉନ୍ନତି ପାଇଁ ଆଲୋଚନା କରିଥିଲେ। ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗ୍ରାଜୁଏସନ(ଯୁକ୍ତ ତିନି) ଓ ସ୍ନାତକୋତ୍ତର କ୍ଷେତ୍ରରେ ସାନ୍ତାଳୀ ଭାଷାର ବିଭିନ୍ନ ବିଭାଗ ଖୋଲିବାକୁ ଶ୍ରୀ ମାରାଣ୍ଡି ଦାବି କରିଛନ୍ତି। ଏହି ଜିଲ୍ଲାଗୁଡିକରେ ପିଲାମାନେ ସାନ୍ତାଳୀ ଭାଷାରେ କିପରି ଉଚ୍ଚଶିକ୍ଷା ଲାଭ କରିବେ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇବା ପାଇଁ ଏସବୁ ଜିଲ୍ଲାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ବିଭିନ୍ନ ବିଭାଗରେ ସାନ୍ତାଳୀ ଭାଷାର ପାଠ୍ୟକ୍ରମ ଖୋଲିବାକୁ ଶ୍ରୀ ମାରାଣ୍ଡି ନିବେଦନ କରିଛନ୍ତି। ଆଲୋଚନା ବେଳେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଏଦିଗରେ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ସହିତ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post