Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ଠକି ଚାଲିଛନ୍ତି ରାଜ୍ୟ ସରକାର..

ଭୁବନେଶ୍ୱର ଅଭିମୁଖେ ପୁଣି ପଦଯାତ୍ରାରେ ଦ୍ଵିତୀୟ ଶ୍ରୀକ୍ଷେତ୍ରର ସେବାୟତ...

0

ବାରିପଦା(ନିରପେକ୍ଷ ଖବର)ତା-୨୯/ଜୁଲାଇ/୨୦୧୯-ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀ ଶ୍ରୀ ହରିବଳଦେଵ ମହାପ୍ରଭୁ ବିଜେ ଓ ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ସେବାୟତମାନେ ଆଜି (ସୋମବାର)ପୁଣି ପଦଯାତ୍ରାରେ ବାହାରିଛନ୍ତି। ନିର୍ଧୁମ ବର୍ଷାରେ ଭିଜି ଭିଜି ୩୦ ଜଣ ସେବାୟତ ଦାବି ପୂରଣ ପାଇଁ ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଜାରି ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ସ୍ୱାଭିମାନ ଓ ଦ୍ବିତୀୟ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ସେବାୟତମାନେ ନିଜ ଜୀବନକୁ ବାଜି ଲଗାଇବେ ବରଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପଛଘୁଞ୍ଚା ଦେବେନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରାଜାରାଜୁଡା ଅମଳର ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଗଣିତ ହୋଇଥିବା ଅଧିଷ୍ଠିତ ଦେବତା ଶ୍ରୀ ଶ୍ରୀ ହରିବଳଦେଵ ମହାପ୍ରଭୁଙ୍କ ନୀତିକ୍ରାନ୍ତି ତଥା ସେବାୟତ ନିଯୁକ୍ତିରେ ସୁବିଚାର ପାଇଁ ସରକାରଙ୍କ ନିକଟରେ ବହୁବାର ଆବେଦନ, ଧାରଣା , ଅନଶନ ଆଦି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଦାବି ପୂରଣ ପାଇଁ ଗତ ଜୁନ ମାସ ୧୯ ତାରିଖରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ । ହେଲେ ମାନ୍ୟବର ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଅଧା ରାସ୍ତାରୁ ସେବାୟତଙ୍କୁ ପ୍ରତିଶୃତି ଦେଇ ଅଧା ବାଟରୁ ଫେରାଇ ଆଣିଥିଲେ। ଗତ ଜୁନ ମାସ ୨୯ ତାରିଖ ସେ ସେବାୟତଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇଥିଲେ। ପରେ ଜୁଲାଇ ୧୭ ତାରିଖ ଆଇନମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରି ଦ୍ଵିତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କର ସମସ୍ତ ଅସୁବିଧାର ସ୍ଥାୟୀ ସମାଧାନ ତୁରନ୍ତ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସରକାର ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପାଣିରଗାର ହୋଇ ରହିଯାଇଛି। ଏଭଳି ମିଥ୍ୟା ପ୍ରତିଶ୍ରୁତି ନ ଦେବା ସହିତ ଯଥାଶୀଘ୍ର ଦାବି ପୂରଣ ପାଇଁ ସେବାୟତମାନେ ଦାବି କରିଛନ୍ତି।ଯେ ପଯ୍ୟନ୍ତ ଦାବି ପୂରଣ ନ ହୋଇଛି ଜୀବନ ଯିବା ପଯ୍ୟନ୍ତ ମହାପ୍ରଭୁଙ୍କ ପାଇଁ ଲଢ଼ିଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କର ଏଭଳି ଛଳନାପୂର୍ଣ୍ଣ ନୀତିକୁ ବିରୋଧୀଦଳ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ବିଶ୍ଵ ପରିଚିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେଵ ମନ୍ଦିର କୁ ଅଣଦେଖା କରିବାକୁ ପ୍ରଶ୍ନବାଚୀ କରିଛନ୍ତି ବିରୋଧୀ। ପାଟକୁରା ନିର୍ବାଚନ ଆଗକୁ ଥିବାରୁ ଗତ ୨୯ ତାରିଖ ସରକାର ସେବାୟତମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ମୟୁରଭଞ୍ଜର ସ୍ୱାର୍ଥକୁ ଝୁଲାଇ ରଖାଯାଇଛି ବୋଲି ବି.ଜେ.ପି ର ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସେହିଭଳି ଗତ ପଦଯାତ୍ରାରେ ସାମିଲ ଥିବା ଭଞ୍ଜସେନାର ଅଧକ୍ଷ କହିଛନ୍ତି , ସରକାରଙ୍କୁ ଚିହିଁବାରେ ସେବାୟତ ଓ ମୟୂରଭଞ୍ଜ ଜିଲ୍ଲାବାସୀ ଭୁଲ କରିଛନ୍ତି।। ରାଜ୍ୟ ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇଜାଣନ୍ତି, କିନ୍ତୁ କାମରେ କରି ଦେଖାଇପାରନ୍ତି ନାହିଁ ବୋଲି ଭଂଜସେନା କହିଛି। ଭଞ୍ଜସେନା ମୟୂରଭଞ୍ଜ ର ସ୍ୱାଭିମାନ ପାଇଁ ସେବୟତମାନଙ୍କ ସହିତ ଭଞ୍ଜସେନା ରହିଛି ଆଗକୁ ମଧ୍ୟ ରହିଥିବା ବୋଲି ଭଂଜସେନାର ଅଧ୍ୟକ୍ଷ, ସତ୍ୟ ସରୂପ ଦାଶ କହିଛନ୍ତି।ଆଗକୁ ଆସୁଛି ପୌର ନିର୍ବାଚନ, ସରକାର ଏ ପଦଯାତ୍ରା କୁ କୋଉ ମୋଡ଼ ଦେଉଛନ୍ତି, ତାହା ଦେଖିବାର ବାକି ରହିଲା।

Mo sapath

Leave A Reply

Your email address will not be published.